www.samajalive.in
Saturday, December 13, 2025
14.1 C
Bhubaneswar

ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ସମ୍ମିଳନୀ

ଗୋପାଳପୁର : ରଘୁନାଥପୁର ସ୍ଥିତ ପିତାମ୍ବର କଲ୍ୟାଣ ମଣ୍ଡପଠାରେ ବ୍ରହ୍ମପୁର ମଣ୍ଡଳର ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ଅଧିକାରୀ, ସାଧାରଣ ପରିଚାଳକ, ନିଗମ ମୁଖ୍ୟ କାର୍ଯ୍ୟାଳୟର ସୁକାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଓ ଭଞ୍ଜନଗର ଖଣ୍ଡୀୟ ପରିଚାଳକ ଶଙ୍କର୍ଷଣ ବେହେରା, ଅନ୍ୟତମ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ତଥା ଓଡିଶା ନିଗମ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ, କାର୍ଯ୍ୟ ସାଧାରଣ ସମ୍ପାଦକ ଫନିନ୍ଦ୍ର କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ପେନସନ ସଂଘଠନର କାର୍ଯ୍ୟ ଉପଦେଷ୍ଟା ନଟବର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ଅବସରରେ କର୍ମଚାରୀମାନଙ୍କ ବକେୟା ଷଷ୍ଠ ବେତନ ୨୦୦୬-୨୦୧୦ ପର୍ଯ୍ୟନ୍ତ ପ୍ରଦାନ କରିବା, ନିଗମ ଅଧୀନରେ ଥିବା କାଜୁ ବଗିଚାକୁ ସୁରକ୍ଷା ନିମନ୍ତେ ନିୟମିତ ଜଗୁଆଳି ନିଯୁକ୍ତି, ବ୍ରହ୍ମପୁର ମଣ୍ଡଳର ରାଜସ୍ୱ ଆଦାୟ ସୁଚାରୁ ରୂପେ କରାଯିବା, ବୌଦ୍ଧ ଖଣ୍ଡୀୟ ପରିଚାଳକଙ୍କ ନିଜସ୍ୱ କାର୍ଯ୍ୟାଳୟ ସ୍ଥାପନ କରିବା, ନିଗମର ସ୍ୱୟଂ ଚାଳିତ କରତକଳ କାର୍ଯ୍ୟକ୍ଷମ କରିବା, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ପଡ଼ି ରହିଥିବା କାଠକୁ ତୁରନ୍ତ ବିକ୍ରି କରି ଜନସାଧାରଣଙ୍କ ଚାହିଦା ମେଣ୍ଟାଇବା ସହ ନିଗମର ରାଜସ୍ୱ ବୃଦ୍ଧି କରିବା, ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଟେଣ୍ଡରକୁ ଏମଏସଟିର ପରିବର୍ତ୍ତନ କରାଇବା, ମୁଳ ପଦବୀ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦେବା ଆଦି ଉପରେ ଆଲୋଚନା ହୋଇଥିଲା ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories