ନାବାଳକ ନିଖୋଜ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତର ଖାକ୍ସା ଗ୍ରାମର କରୁଣା ସାଇଁଆ(୧୧) ନିଖୋଜ ହେବା ନେଇ ଏକ ଅଭିଯୋଗ ପରିବାର ପକ୍ଷରୁ ଥାନାରେ କରାଯାଇଛି। ସେଡେଙ୍ଗା ସାଇଁଆଙ୍କ ପୁତ୍ର କରୁଣା ଗତ ୨୨ ତାରିଖ ଦିନ କେଉଁଆଡେ ନିଖୋଜ ହୋଇଯାଇଛି। ଘରେ କେହି ନଥିବା ବେଳେ ହଠାତ୍‍ ନାବାଳକ କରୁଣା କେଉଁଆଡେ ପଳାଇଥିଲା। ପରିବାର ପକ୍ଷରୁ ଏ ନେଇ ଗତକାଲି ଲିଖିତ ଅଭିଯୋଗ କରାଯାଇଛି।

Comments are closed.