www.samajalive.in
Sunday, December 14, 2025
14.1 C
Bhubaneswar

ପୂର୍ବତନ କର୍ମଚାରୀ ନେତା ବ୍ରହ୍ମା ବେହେରାଙ୍କ ପରଲୋକ

ଫୁଲବାଣୀ: କନ୍ଧମାଳ ଜିଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୂର୍ବତନ କର୍ମଚାରୀ ନେତା, ଜିଲା ପାଣ ସମାଜ କଲ୍ୟାଣ କମିଟିର ପୂର୍ବତନ ସଭାପତି, ମିଳିତ ନାଗରିକ କମିଟିର ସଦସ୍ୟ ଓ ବିଶିଷ୍ଠି ସମାଜସେବୀ ବ୍ରହ୍ମାନନ୍ଦ ବେହେରା(୮୦) ବର୍ଷ ବୟସରେ ଆଜି ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଡ଼ାକପାଲା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାର ପରେ ସମଗ୍ର ଜିଲାରେ ଶୋକରଛାୟା ଖେଳିଯାଇଛି। ଖବର ପାଇ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ।

ତାଙ୍କ ବିୟୋଗରେ ବିଭିନ୍ନ ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ଆଇନଜୀବି, ସାମ୍ବାଦିକ ଓ ବିଭିନ୍ନ ସଂଗଠନ, ନାରାୟଣୀ ଯାତ୍ରା ପରିଚାଳନା କମିଟି, ବହୁ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଜଣେ ଭଦ୍ର, ସରଳ, ମେଳାପି, ଆମାୟିକ ବ୍ୟକ୍ତିଥିଲେ। ସ୍ୱର୍ଗତ ବେହେରା ସର୍ବତା କର୍ମଚାରୀ ଓ ହରିଜନ ଜାତିର ନାର୍ଯ୍ୟଦାବି ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ। ଏକ ବିରାଟ ପଟୁଆରେ ନିଆଁଯାଇ ଗ୍ରାମ ସସ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories