www.samajalive.in
Monday, December 15, 2025
17.1 C
Bhubaneswar

ଏକାଗ୍ରତା, କଠିନ ଅଧ୍ୟବସାୟ ବିଦ୍ୟାର୍ଥୀଙ୍କୁ ସଫଳତାର ଶିଖରରେ ପହଞ୍ଚାଏ

ଗୁରୁଡ଼ିଝାଟିଆ: ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀଙ୍କ ପାଇଁ ଦେବାଳୟ। ସଂଜମ, ଏକାଗ୍ରତା ଓ କଠିନ ଅଧ୍ୟବସାୟ ଦିକ୍ଷାରେ ବିଦ୍ୟାର୍ଥୀ ନିଜକୁ ଦିକ୍ଷିତ କରାଇ ଆଗକୁ ଗଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ଓ ଶେଷବର୍ଷ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଅତିଥିଗଣ ମତପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ରସାୟନ ବିଜ୍ଞାନର ବିଭାଗୀୟ ମୁଖ୍ୟ ଡଃ ଶଶିଭୂଷଣ ମିଶ୍ର ଉତ୍ସବରେ ପୌରୋହିତ୍ୟ କରି ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ନାମରେ ନାମିତ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାରେ ପ୍ରତ୍ୟେକ ବିଦ୍ୟାର୍ଥୀ ବାସ୍ତବରେ ଭାଗ୍ୟବାନ୍‍। ଦେଶ ଓ ଦଶର ନାମକୁ ଉଜ୍ୱଳ ରଖିବା ପାଇଁ ବିଦ୍ୟାର୍ଥୀମାନେ ସଂକଳ୍ପ ନେଇ କାର୍ଯ୍ୟ କଲେ ଅନୁଷ୍ଠାନ ପାଇଁ ଏହା ହେବ ଶ୍ରେଷ୍ଠ ଉପହାର ବୋଲି ଡଃ ମିଶ୍ର କହିବା ସଂଗେ ସଂଗେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ଓ ଶେଷବର୍ଷର ବିଦ୍ୟାର୍ଥୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଓ ରସାୟନ ବିଜ୍ଞାନର ଅଧ୍ୟାପକ ବିଶ୍ୱଜିତ୍‍ ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଲୋକବର୍ତ୍ତିକା ଭାବରେ ଉଭାହୋଇ ବିଦ୍ୟାର୍ଥୀମାନେ ଉତ୍ତରପିଢି ପାଇଁ ଉଦାହରଣ ପାଲଟିବେ ବୋଲି କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories