www.samajalive.in
Sunday, December 14, 2025
19.1 C
Bhubaneswar

୫୧ କେଜି ଗଂଜେଇ ସହ କାର ଜବତ, ଦୁଇ ଆନ୍ତରାଜ୍ୟ ବ୍ୟବସାୟୀ ଗିରଫ

ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ଏକ ଚୋରା ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଥିବାବେଳେ ୫୧ କେଜି ଗଂଜେଇ ଓ ଗୋଟିଏ କାର ଜବତ କରିବା ସହ ଦୁଇ ଜଣ ଆନ୍ତରାଜ୍ୟର ବ୍ୟବସାୟୀକୁ ଗିରଫ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ବୁଧବାର ଦିନ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ଅବକାରୀ ବିଭାଗ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବୌଦ୍ଧ ସହରର ବ୍ରିଜ ଛକ ନିକଟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆଗରେ ଜଗି ରହିଥିଲେ। ଏହି ସମୟରେ ଏକ ମାରୁତି ସୁଜୁକି କାର ମୁରୁଷୁଣ୍ଡି ପଟୁ ଆସୁଥିବା ବେଳେ ସନ୍ଦେହରେ ଅଟକାଇଥିଲେ। କାର ଭିତରକୁ ୫୧ କେଜି ଗଞାଇ ଜବତ କରିବା ସହ କାରକୁ ଜବତ କରିଥିଲେ। କାର ଭିତରେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲାର ଲଲଲୁଙ୍ଗା ଥାନା ଅନ୍ତର୍ଗତ କୁଞ୍ଜରା ଗ୍ରାମର ଦିଲ କୁମାର ଭଗତ(୩୮) ଓ ପ୍ରମୋଦ କୁମାର ପ୍ରଧାନ (୩୧)ଙ୍କୁ ମଧ୍ୟ ଗିରଫ କରିଥିଲେ। ଏନେଇ ଏକ ମାମଲା ରୁଜ କରି ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଇନିସିପେକ୍ଟର ସ୍ପନ୍ଦନ ମହାନ୍ତି, ଏଏସଆଇ ରୁପେଶ ମୁଖି, କନେଷ୍ଠବଳ ପ୍ରିୟଜନ କହଁର, ସତ୍ୟନନ୍ଦନ ମୁଖି ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories