www.samajalive.in
Monday, December 15, 2025
15.1 C
Bhubaneswar

ଇଡି ପକ୍ଷରୁ କଂଗ୍ରେସ ମୁଖିଆଙ୍କୁ ଜେରା ପ୍ରତିବାଦରେ ଜିଲା କଂଗ୍ରେସର ଶାନ୍ତିପୁର୍ଣ୍ଣ ସତ୍ୟାଗ୍ରହ

ବୌଦ୍ଧ: କେନ୍ଦ୍ରରେ ବିଜେପି ସରକାର କ୍ଷମତାରେ ଆସିବା ଦିନଠାରୁ ଗାନ୍ଧୀ ପରିବାରର ସଦସ୍ୟମାନଙ୍କୁ କ୍ଷମତାର ଅପବ୍ୟବହାର କରି ବିଭିନ୍ନ ପ୍ରକାର ହଇରାଣ କରୁଥିବାବେଳେ କଂଗ୍ରେସ ନେତ୍ରୀ ସୋନିଆଁ ଗାନ୍ଧୀଙ୍କୁ ରାଜନୈତିକ ଅଭିସନ୍ଧିମୂଳକ ଭାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା ପାଇଁ ଡକାଯାଉଅଛି। ଦେଶରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ନୀତି ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କଂଗ୍ରେସ ଅଧକ୍ଷ୍ୟା ସୋନିଆ ଗାନ୍ଧୀଙ୍କୁ ମିଥ୍ୟା ମାମଲାରେ ଜେରା ପ୍ରତିବାଦରେ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଦିନ ସହରର ଆମ୍ବେଦକର ଛକ ନିକଟରେ ଆମ୍ବେଦକରଙ୍କ ମୁର୍ତ୍ତୀ ତଳେ ଧାରଣା ଦେବା ସହ ଶାନ୍ତି ପୁର୍ଣ୍ଣ ସତ୍ୟାଗ୍ରହ ଅନୁଷ୍ଠିତ କରାଯାଇଛି।

ବୌଦ୍ଧ ଜିଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳୀୟନେତା ଓ କର୍ମୀ ମାନେ କୋର୍ଟ ଛକ ସମ୍ମୁଖରେ ଥିବା ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀ ତଳେ ଶାନ୍ତିପୁର୍ଣ୍ଣ ସତ୍ୟାଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁଧିର କୁମାର କର୍ଣ୍ଣ,ଶାନ୍ତନୁ କୁମାର ମହାପାତ୍ର,ପିସିସି ସଦସ୍ୟ ରାଏ ସଂଜିବ କୁମାର ଦେଓ,ଆଇନ ସେଲ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲା ଉପସଭାପତି ସମରେଶ ମିଶ୍ର, ଗଣେଶ ପ୍ରସାଦ ଅଗ୍ରୱାଲା, ଜିଲା କଂଗ୍ରେସ କୋଷାଧକ୍ଷ୍ୟ ପ୍ରଦିପ କୁମାର ଦାସ, ପଙ୍କଜ କୁମାର କର୍ଣ୍ଣ,କୁମୁଦ କୁଦେଇ,ଉଦୟନାଥ ଶର୍ମା,ନାରାୟଣ ବେହେରା, ଧିରୁ ମହାକୁଳ, ଜାମିନି ମୁଖୀ, ଶିବ ବେହେରା, ଅର୍ଜୁନ ମହାନନ୍ଦିଆ, ରୋହିତାଶ୍ୱ ବେହେରା, ବିକ୍ରମ ପ୍ରଧାନ, ତାରେଣୀ ଜେନା, ପଲସ୍ତି ପ୍ରଧାନ,ସୁଶୀଲ ହୋତା, ସମରେନ୍ଦ୍ର ମହାକୁଡ, ଗଣ୍ଡଧର ସ୍ୱାଇଁ ଉଦ୍ଧବ ବେହେରା, ଚିତ୍ତ ବେହେରା ଓ ମହିଳା କଂଗ୍ରେସ ସମ୍ପାଦିକା ମମତା ପଣ୍ଡା, ପ୍ରଭାତୀ ବେହେରା, ମଞ୍ଜୁ ବେହେରା, ମିନତୀ ନାୟକ, ଝୁନୁ ନାୟକ, ସସ୍ମିତା ତରିଆ, ମେନକା ବେହେରା, ସରୋଜିନୀ ବେହେରା, କନିଷ୍ଠ ରାଜହଂସଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories