ବୌଦ୍ଧ: ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ ନାମଲେଖାରେ ସଂରକ୍ଷଣ ପ୍ରଦାନ ଦାବୀରେ ବୌଦ୍ଧ ଜିଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି। ଏନେଇ ବୁଧବାର ଦିନ ଜିଲା ଓବିସି ମୋର୍ଚ୍ଚା ପକ୍ଷରୁ ଜିଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ପୁର୍ଣ୍ଣଚନ୍ଦ୍ର ଗାଈଗୌରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କୁ ପ୍ରଦାନ କରିଥିଲେ। ଦାବୀପତ୍ରରେ ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ଓବିସି ବର୍ଗଙ୍କୁ ସଂରକ୍ଷଣ ସୁବିଧା ଯୋଗାଇ ଦେବା, ସମଗ୍ର ଦେଶରେ ଓବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବାକୁ ଦାବୀ କରିଥିଲେ। ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। ଏଣୁ ରାଜ୍ୟାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବୀରେ ଉଲ୍ଳେଖ କରାଯାଇଛି। ଦାବୀପତ୍ର ପ୍ରଦାନ ସମୟରେ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବିକାଶ ମହାକୁଡ, ଶମ୍ଭୁ ପ୍ରଧାନ, ପଦ୍ମ କିଶୋର ନାଏକ, କୁନା ମାହାର, ତାପସ ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର ଓ ଓବିସି ମୋର୍ଚ୍ଚା କର୍ମକର୍ତ୍ତା ଉପସ୍ଥିତ ଥିଲେ।
Popular Categories



