ରେଙ୍ଗାଲିକ୍ୟାମ୍ପ: ଲାଦର ପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରି ଠାରେ ବୈଜ୍ଞାନିକ ଶ୍ରୀ ଅବଦୁଲ କଲାମଙ୍କ ପୁଣ୍ୟ ତିଥିରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାର ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ସ୍ମୃତିରେ କାଲାମ’ ଉପରେ ଏକ ମନୋଜ୍ଞ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଶ୍ରୀ ବବୃବାହାନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯକ୍ରମରେ ଡ. ସୁବଳ କିଶୋର କର ମୁଖ୍ୟ ଅତିଥି, ଝସ କେତନ ଭୋଇ ପ୍ରଫେସର ଭିଶୁଟ ମୁଖ୍ୟ ବକ୍ତା, ଯୋଗେଶ୍ୱର୍ ପ୍ରଧାନ ସମ୍ମାନିତ ଅତିଥି, ଶେଷ ନାୟକ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଜୟପ୍ରକାଶ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଜ୍ଞାନ ପ୍ରଦର୍ଶନୀର ପ୍ରତ୍ୟେକ ବିଭାଗର ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଉପ କନିଷ୍ଠ ବିଭାଗର ଆରବ ବେହେରା, ନିରଜ୍ ପ୍ରଧାନ ଓ ସ୍ନେହlଦିତ୍ୟା ମହାକୁର, କନିଷ୍ଠ ବିଭାଗର ଆଶୁତୋଷ ଚାନ୍ଦ, ଅଭିଷେକ ମହାକୁର ଓ ଅର୍ଯ୍ୟନ୍ ପ୍ରଧାନ ଏବଂ ବରିଷ୍ଠ ବିଭାଗରେ ଧିରଜ କୁମାର ବାଗ୍ ,ସମୀର ସୁସାରୀ ଓ ବିବେକ ରାଜ୍ ସାହୁ ମୋଟ ୯ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।



