www.samajalive.in
Sunday, December 14, 2025
14.1 C
Bhubaneswar

ପିକକ୍ ପକ୍ଷରୁ ଅଙ୍ଗନବାଡ଼ିରେ ପୋଷଣ ବଗିଚା

ପାଟଣା: ପାଟଣା ବ୍ଲକ୍ ଅଞ୍ଚଳରେ କାର୍ଯ୍ୟରତ ସେଚ୍ଛାସେବୀ ସଂଗଠନ ପିକକ ପକ୍ଷରୁ ବିଭିନ୍ନ ଅଙ୍ଗନବାଡ଼ିରେ ପୋଷଣ ବଗିଚା ପାଇଁ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। କୋମଳ ମତି ଶିଶୁଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଅଭାବ ପୂରଣ କରିବା ପାଇଁ ଏଭଳି ପୋଷଣ ବଗିଚା ବେଶ ସହାୟକ ହେବ ବୋଲି ପିକକର କାର୍ଯନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଛନ୍ତି। ବର୍ଷା ଋତୁରେ ଏହି ଚାରାରୋପଣ ସେହି ଲକ୍ଷ ନେଇ କରାଯାଉଥିବା ଜଣାପଡିଛି। ପାଟଣା ବ୍ଲକର ଆଦିବାସୀ ଅଧ୍ୟୁଷିତ ପଲାଣଘାଟି, ଜାମୁଳେଇବେଡା, ନୂଆଗାଁ, ବାଇଦବଜା ଓ କାଳିଘାଇ ଅଙ୍ଗନବାଡ଼ିରେ ସଜନା, ଡାଳିମ୍ବ, ପିଜୁଳି, ଲେମ୍ବୁ, ଜାମୁରୋଳ, ଓଉ ଏବଂ ସପେଟା ଚାରା ରୋପଣ କରାଯାଇଥିବା ଦେଖିବାକୁ ମିଳିଛି। ପିକକର ବ୍ଲକ ସଂଯୋଜକ ସତ୍ୟନାରାୟଣ ମହାନ୍ତ, ସାଧକ କେନ୍ଦ୍ର ଅଞ୍ଚଳ ସଂଗଠକ ରାଜେନ୍ଦ୍ର ନାଏକ, ଅଙ୍ଗନବାଡ଼ି ଅଞ୍ଚଳର ୱାର୍ଡ ସଦସ୍ୟ, ଅଙ୍ଗନବାଡ଼ି କର୍ମୀମାନଙ୍କ ସହଯୋଗରେ ଚାରା ରୋପଣ କରାଯାଇଛି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories