ଜାତୀୟ ଜଳକ୍ରୀଡା ସ୍ବର୍ଣ୍ଣ ପଦକ ବିଜେତା ସୋନାଲିକାଙ୍କୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଓରନ୍ଦା ପଞ୍ଚାୟତ ବାଳି ଗାଁର ଝିଅ ସୋନାଲିକା ଦାସ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ସଦ୍ୟ ପୁନେ ଠାରେ ସମାପନ ହୋଇଥିବା ଜାତୀୟ ଜଳକ୍ରୀଡାରେ ଅଂଶଗ୍ରହଣ କରି ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି। ସୋନାଲିକାଙ୍କୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବା ପାଇଁ ଆଠଗଡ ବିକାଶ ମଞ୍ଚ ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସୋନାଲିକାର ଏହି ସଫଳତାରେ ଖୁସିବ୍ୟକ୍ତ କରିଛନ୍ତି।

Comments are closed.