www.samajalive.in
Monday, December 15, 2025
24.1 C
Bhubaneswar

ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକମାନଙ୍କର ବଡ ଭୂମିକା ରହିଛି -ରାଷ୍ଟ୍ରପତି

  • ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଓଡ଼ିଶାର ୨ ଜଣଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା
    ଜଣାଇଲେ କେନ୍ଦ୍ରମନ୍ତ୍ରୀ
  • ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ସେଠୀ
    ଏବଂ ଭଦ୍ରକ ଜିଲ୍ଲାର ସରକାରୀ ବିଦ୍ୟାଳୟର ଅଶୋକ କୁମାର ଶତପଥୀଙ୍କୁ ଅଭିନନ୍ଦନ
    ଜଣାଇଲେ
  • ପଦ୍ମଶ୍ରୀ ସ୍ୱର୍ଗତ ଡି.ପ୍ରକାଶ ରାଓ ଗରିବ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେବାରେ ନିଜକୁ ସମର୍ପିତ
    କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି
  • ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଗଢ଼ିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ମହତ୍ୱପୂର୍ଣ୍ଣ
  • ‘ଗୁରୁ ଦିବସ’ରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମସ୍ତଙ୍କୁ ପ୍ରେରଣା ଦେବ

ନୂଆଦିଲ୍ଲୀ/ଭୁବନେଶ୍ୱର:  ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକମାନଙ୍କର ବଡ ଭୂମିକା ରହିଛି ବୋଲି ରବିବାର ଗୁରୁ ଦିବସ ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ‘ଜାତୀୟ ଶିକ୍ଷକ ପୁରସ୍କାର’ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି। ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତନ କରିବେ ବୋଲି କହିଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଡ଼ାକ୍ତର ଏପିଜେ ଅବଦୁଲ କଲାମଙ୍କ ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନକୁ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତିରେ ଭାରତକୁ ବିଶ୍ୱ ଜ୍ଞାନର ମହାଶକ୍ତି ଭାବରେ ପ୍ରତିଷ୍ଠା କରିବା ପାଇଁ ମହତ୍ୱକାଂକ୍ଷୀ ଉଦ୍ଦେଶ୍ୟ ନିଶ୍ଚିତ କରାଯାଇଛି। ବିଦ୍ୟାର୍ଥୀଙ୍କୁ ଏଭଳି ଶିକ୍ଷା ପ୍ରଦାନ କରିବା ଯାହା ଜ୍ଞାନ ଉପରେ ଆଧାରିତ ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣରେ ସହାୟକ ହେବ। ଆମର ଶିକ୍ଷା ବ୍ୟବସ୍ଥା ଏଭଳି ହେବା ଆବଶ୍ୟକ ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ତଥା ନାଗରିକଙ୍କ ପାଇଁ ମୂଳ କର୍ତବ୍ୟ ପ୍ରତି ନିଷ୍ଠା ଜାଗ୍ରତ ହେବ। ଏହା ସହ ଦେଶ ପ୍ରତି ଭଲ ପାଇବାର ଭାବନା ମଜବୁତ ହେବ ତଥା ପରିବର୍ତିତ ବୈଶ୍ୱିକ ଦୃଶ୍ୟପଟ୍ଟରେ ସେମାନେ ନିଜର ଭୂମିକାକୁ ନେଇ ଚିନ୍ତା କରିବେ ବୋଲି ମହାମହିମ ରାଷ୍ଟ୍ରପତି କହିଛନ୍ତି।
ସେହିପରି ଏହି କାର୍ଯ୍ୟକ୍ରମରେ କିମ୍ବଦନ୍ତୀ ଶିକ୍ଷକ ଭାରତରତ୍ନ ଡା. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କୋଭିଡ୍-୧୯ ସମୟରେ ଶିକ୍ଷାର ନିରନ୍ତରକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏକ ରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜଣେ ଶିକ୍ଷକ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ।

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଗଢ଼ିବାରେ ଶିକ୍ଷକଙ୍କ ଭୂମିକା ମହତ୍ୱପୂର୍ଣ୍ଣ। ଜୀବନ ଯାତ୍ରାରେ ଅନେକ ମହାନୁଭବଙ୍କୁ ଗୁରୁ ରୂପେ ଗ୍ରହଣ କରାଯାଇଥାଏ। ସେହିପରି ଓଡ଼ିଶାର ଜଣେ ଉଦାହରଣ ହେଉଛନ୍ତି ପଦ୍ମଶ୍ରୀ ସ୍ୱର୍ଗତ ଡି. ପ୍ରକାଶ ରାଓ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଏହି ବିଶିଷ୍ଟ ସମାଜସେବୀଙ୍କୁ ସାକ୍ଷାତ୍ କରିଥିଲେ। ସ୍ୱର୍ଗତ ରାଓ ନିଜ ଜୀବନରେ ରୋଜଗାର କରୁଥିବା ସଂଚିତ ଅର୍ଥରୁ ଗରିବ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେବାରେ ନିଜକୁ ସମର୍ପିତ କରିଥିଲେ। ସେ ଚାଟଶାଳି କିମ୍ବା ସରକାରୀ ବିଦ୍ୟାଳୟର ଶିକ୍ଷକ ନ ଥିଲେ ବରଂ ନିଜେ ପ୍ରେରଣା ହୋଇ ସମାଜକୁ ଶିକ୍ଷା ଦେବାର ପରମ୍ପରା ତିଆରି କରିଥିଲେ।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକବିଂଶ ଶତାବ୍ଦୀର ଭାରତର ଭାଗ୍ୟକୁ ପରିବର୍ତନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏକବିଂଶ ଶତାବ୍ଦୀରେ ଭାରତକୁ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ଶିଖରକୁ ନେବା ପାଇଁ ଆମେ ସକଳ୍ପବଦ୍ଧ। ଗୁରୁ ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଉଲ୍ଲେଖନୀୟ ଯେ, ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିବା ଓଡିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ସେଠୀ ଏବଂ ଭଦ୍ରକ ଜିଲ୍ଲାର ସରକାରୀ ବିଦ୍ୟାଳୟର ଅଶୋକ କୁମାର ଶତପଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories