ବେଆଇନ ବାଲି ଉଠାଣକୁ ବିରୋଧ ସହ ଜନଶୁଣାଣୀ ପୂର୍ବରୁ ଜିଲ୍ଲାପାଳଙ୍କୁ ଘେରାଉ କରିଥିବା ୪୦ ଜଣଙ୍କ ନାମରେ ମାମଲା ରୁଜୁ
ଗୁଣପୁର – ରାୟଗଡାର ଜିଲ୍ଲାପାଳଙ୍କୁ ଏସପିଙ୍କୁ ଘେରାଉ କରିବା ସହ ଚଲେଇ ଚଲେଇ ନବା, ଗାଡିକୁ ଅଟକାଇବା ଅଭିଯୋଗ କତୁରୁ ଗ୍ରାମବାସୀ ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗତକାଲି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଚାଲିଥିବା ଅଭିଯୋଗ ଶୁଣାଣି ପାଇଁ ଆସିଥିବା ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ କତୁରୁ ଗ୍ରାମବାସୀ ଘେରାଉ କରିଥିଲେ। କତୁରୁ ବାଲି ଶଯ୍ୟାରୁ ବାଲି ଉଠାଣ କୁ ବିରୋଧ ଜାରି ରଖିଥିବା କତୁରୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସୁଯୋଗ ନ ମିଳିଥିବା ଅଭିଯୋଗ ସହ ଗ୍ରାମବାସୀମାନେ ଜିଲାପାଳ ଏବଂ ଏସ୍ପିଙ୍କୁ ଘେରାଓ କରିଥିଲେ । ଯାହା ଫଳରେ ଜିଲ୍ଲାପାଳଙ୍କ ସମେତ ଏସପି ବିବେକାନନ୍ଦ ଶର୍ମାଙ୍କୁ ମଧ୍ୟ ନାକେଦମ ହବାକୁ ପଡିଥିଲା । ଉଭୟେ ପୁଲିସ ସୁରକ୍ଷା ମଧ୍ୟରେ ଚାଲି ଚାଲି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ରାଜସ୍ୱ ବଙ୍ଗଳା ଯାଏଁ ଯାଇଥିଲେ।
ଏହାପରେ ଏହି ଘଟଣାରେ ମହିଳା ସବ୍ ଇନ୍ସପେକ୍ଟର ସାରିକା ସେଠୀଙ୍କ ଅଭିଯୋଗ କ୍ରମେ ଗୁଣପୁର ପୁଲିସ କତୁରୁ ଗ୍ରାମର ପ୍ରାୟ ୪୦ଜଣଙ୍କ ନାରେ ମକଦମା ରୁଜୁ କରିଛି । ଏହି ଘଟଣାରେ ସବ୍ ଇନ୍ସପେକ୍ଟର ରୁଦ୍ର ମୋହନ ମୁଦୁଲି ତଦନ୍ତ ଭାର ନେଇଥିବା ବେଳେ ଆନ୍ଦୋଳନକାରୀ ମାନେ ଅପରାଧ ଷଡଯନ୍ତ୍ର କରିଥିବା, ସଂଘବଦ୍ଧ ଆକ୍ରମଣ ପାଇଁ ଯୋଜନା କରିଥିବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅସଭ୍ୟ ଭାଷା ବ୍ୟବହାର କରିଥିବା, ପୋଲିସକୁ ଅଟକାଇ ସ ଭଳି ନାନା ସଙ୍ଗୀନ ଅଭିଯୋ ର ଦଫା ରୁଜୁ କରି ମକଦ୍ଦମା କରାଯାଇଛି । ଅନ୍ଦୋଳନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ଧାରା ଦଫା ୧୨୦(ବି), ୧୪୩,୪୫୨,୨୯୪,୩୪୧,୧୪୭,୩୫୩,୧୪୯ , ଏବଂ ସିଆର୍ପିସି ଆକ୍ଟ ୭ ରୁଜୁ କରାଯାଇଥିବା ଜଣାପଡିଛି । ବାଲି ଉଠାଣ କୁ ବିରୋଧ କରି କତୁରୁ ଗ୍ରାମବାସୀ ଆନ୍ଦୋଳନ ଜାରୀ ରଖିଛନ୍ତି ।
Comments are closed.