www.samajalive.in
Sunday, December 7, 2025
23.1 C
Bhubaneswar

ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ: ୨ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ ଗିରଫ, ୪ ବାଇକ ଜବତ

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁର ପୁଲିସ ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ଏଥିରେ ସମ୍ପୃକ୍ତ ୨ ନାବାଳକଙ୍କ ସହ ମୁଖ୍ୟ ଅଭିଯୁକ୍ତ କୁନାଲ ମିଶାଲଙ୍କୁ ଗିରଫ କରିଛି ପୁଲିସ। ଏଥିସହ ସେମାନଙ୍କ ନକିଟରୁ ୪ଟି ବାଇକ୍ ଜବତ ହୋଇଛି। ପୁଲିସର ସୂଚନା ଅନୁଯାୟୀ, ଗୁଣୁପୁର ଆମ୍ବେଦକର ନଗରର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ ଜଣ ନାବାଳକ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ଘଟଣାରେ ସଂପୃକ୍ତ ଥିଲେ । ବିଶାଖାପାଟଣା, ପାରଳାଖେମୁଣ୍ଡି ଓ ଗୁଣୁପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ, ଲକ୍ଷ୍ମଣ ଢେପ ଗୁଣୁପୁର ପ୍ରଭୃତି ସ୍ଥାନରୁ ବିଭିନ୍ନ ପ୍ରକାରର ବାଇକ୍‌ ଚୋରି କରିଥିଲେ । ମଟର ସାଇକେଲ ଚୋରି କରି ବେଆଇନ ଭାବେ ବିକ୍ରି କରୁଥିବା ଏମାନଙ୍କ ବୃତ୍ତି ପାଲଟିଥିଲା । ଗୁଣୁପୁର ପୁଲିସ ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ ଉଦ୍ଧାର କରିଛି । ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ, ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories