ଶିକାରୀ ଗୁଳିରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା; ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡାଦେଶ

ଗୁଣପୁର: ଗୁଣପୁର ବ୍ଲକ ଭୀମପୁର ପଞ୍ଚାୟତ ଫୁଲପୁଟି ଜଙ୍ଗଲରେ ଶିକାରୀ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା । ଏହି ମାମଲାରେ ଏଡିଜେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗୋପବନ୍ଧୁ ପଠୁ ସାହୁଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଅନାଦେୟ ପରିମାଣ ଅଭିଯୁକ୍ତଙ୍କୁ ଅଧିକା ୩ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ଏଡିଜେ ମାନସ ରଞ୍ଜନ ରଥ ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ବିଚାର ସମୟରେ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି ।   ଅଭିଯୁକ୍ତଙ୍କ ପାଇଁ ଗଣେଷ ସାହୁ ଏବଂ ସରକାରଙ୍କ ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାହୁ ମାମଲା ପରିଚାଳନା କରୁଥିଲେ ।

prayash

ମାମଲାରୁ ଜଣାଯାଏ ୨୦୧୬ ନଭେମ୍ୱର ୧୭ ତାରିଖ ସାଢେ ୫ଟା ସମୟରେ ଗୋପବନ୍ଧୁ ପଠୁ ସାହୁ ଫୁଲପୁଟି ଗାଁର ବୁଡ ଶବରଙ୍କ ଘରକୁ ଦେଶୀ ବନ୍ଧୁକ ଧରି ଘରକୁ ଯାଇଥିଲେ । ଗୋପବନ୍ଧୁ ବୁଡଙ୍କ ଭାଇ ନୀଳକଣ୍ଠକୁ ବଣକୁ ଶିକାର କରିବାକୁ ଯିବା ପାଇଁ ଡାକିଥିଲେ । ଦୁହେଁ ମିଶି ଶିକାର କରିବାକୁ ଯାଇଥିଲେ । ନିଳକଣ୍ଠ ଆଗରେ ରହି ଗଛ ଉପରକୁ ଟର୍ଚ୍ଚ ଦେଖାଇ ଯାଉଥିଲେ । ଚଲା ରାସ୍ତାରେ ପଥରରେ ପାଦ ପଡିଯିବାରୁ ହଠାତ ପଠୁ ସାହୁ ତଳେ ପଡି ଯାଇଥିଲେ । ସେ ତଳେ ପଡିଯିବା ଦ୍ୱାରା ବନ୍ଧୁକରେ ହାତ ବାଜି ଫୁଟି ଯାଇଥିଲା ।

ସେଥିରୁ ବାହାରିଥିବା ଗୁଳି ଆଗରେ ଚାଲୁଥିବା ନୀଳକଣ୍ଠ ଦେହରେ ବାଜିଥିଲା । ସେଠାରେ ସେ ଅଚେତ ହୋଇ ପଡିଯାଇଥିଲେ । ନିଳକଣ୍ଠଙ୍କୁ ଗାଁକୁ ପଠୁସାହୁ ଆଣିଥଲେ । ଏହାପରେ ୧୦୮ ଆମ୍ୱୁଲାନ୍ସ ଯୋଗାଯୋଗ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏନେଇ ନୀଳକଣ୍ଠଙ୍କ ବଡଭାଇ ବୁଡ ଶବରଙ୍କ ଅଭିଯୋଗ କ୍ରମେ ପୁଟାସିଂ ଥାନା କେସ ନଂ,୨୦/୨୦୧୬, ଦଫା  ୩୦୪,୨୫/୨୭ ଆର୍ମସ ଆକଟରେ ମାମଲା ରୁଜୁ କରାଯାଇଥିଲା ।

 

kalyan agarbati

Comments are closed.