ନୟାଗଡ : ନୟାଗଡ ଜିଲା ଦଶପଲ୍ଲା ବାଣୀଗୋଛା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୪ଟି ବନ୍ଧୁକ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୭ଜଣ ସଶସ୍ତ୍ର ମାଓବାଦୀ ଏହି ବନ୍ଧୁକ ଲୁଟ କରିଥିବା ଅଭିଯୋଗ ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସମେତ ୭ଟି ମୋବାଇଲ ଲୁଟ୍ କରିଥିବା ଜଣାପଡିଛି। ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଦଶପଲ୍ଲାରେ ଲଙ୍କାପୋଡି ଉତ୍ସବ ଚାଲିଥିଲା। ସେହି ସମୟରେ ମାଓବାଦୀମାନେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ୪ଟି ବନ୍ଧୁକ ଲୁଟ୍ କରି ନେଇଥିଲେ। ଏହାସହ ସେଠାରେ କେତେକ ମାଓ ପୋଷ୍ଟର ପକାଇ ପଳାଇଥିଲେ।



