ଜି ଉଦୟଗିରି: ସ୍ଥାନୀୟ ଥାନାରେ କାର୍ଯ୍ୟରତ ମହିଳା ଏସ ଆଇ ସ୍ୱାଗତିକା ବେହେରା ୩୦ଆଜି ସରକାରୀ ବାସ ଭବନରେ ଫ୍ୟନରେ ନିଜ ଚୁନିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଡିସେମ୍ବର ମାସ ୨୧ ମସିହାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାର ପୁରର ସ୍ୱାଗତିକା ବେହେରା ସ୍ଥାନୀୟ ଥାନାରେ ଏସ ଆଇ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଘଟଣା ଦିନ ସେ ସକାଳ ଜଳଖିଆ ନେବାକୁ ନ ଆସିବାରୁ ବସାକୁ ଯାଇ ଡାକିବା ପରେ ଭିତର ପଟୁ କବାଟ ବନ୍ଦ ଥିବାରୁ ପଛ ପଟୁ କବାଟ ଖୋଲି ଦେଖିଲା ବେଳକୁ ସ୍ୱାଗତିକାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ଡି ଏସ ପି, ବି ଏମ୍ ହରପାଲ୍ ଉପଖଣ୍ଡ ପୋଲିସ ଅଧିକାରୀ ଡି ତିରୁପତି ରାଓ ପଟ୍ଟନାୟକ, ଥାନା ଅଧିକାରୀ ରେବତୀ ଶବର ଓ ସାଇନ୍ ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପରିବାର ପକ୍ଷରୁ ଥାନା ଅଧିକାରୀ ରେବତୀ ଶବର ତାଙ୍କୁ ବିଭିନ୍ନ ପ୍ରକାର ଚାପ ଦେଉଥିବା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଉପଖଣ୍ଡ ପୋଲିସ ଅଧିକାରୀ ଡି ତିରୁପତି ରାଓ ପଟ୍ଟନାୟକ କହଛନ୍ତି ଯେ ସେ ବ୍ୟକ୍ତିଗତ ଚାପରେ ରହୁଥିଲେ କିନ୍ତୁ କୌଣସି ଅଫିସିଆଲ୍ ଚାପରେ ରହୁଥିବା ମୋତେ କେବେ ଅଭିଯୋଗ କରି ନାହାନ୍ତି। କିନ୍ତୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଦନ୍ତ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ଭାଇ ମନ ରଞ୍ଜନ ବେହେରା ଗତ ରାତିରେ ଭଉଣୀ ମୋତେ ଫୋନ କରି କହିଥିଲା ମୁ ଫୁଲବାଣୀ ଏକ କେସ କାମରେ ଆସିଛି। ଏଠି ମୁଁ ସବୁବେଳେ ଚାପରେ ରହୁଛି ତେଣୁ ମୋତେ କିଛି ଭଲ ଲାଗୁନି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଅଭିଯୋଗ ଆଣିଛନ୍ତି। ଭାଇ ଓ ମାଆ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ରେବତୀ ଶବରଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥଲେ ମଧ୍ୟ ଯୋଗାଯୋଗ ସମ୍ଭବ ହେଇ ପାରିନଥିଲା।



