ଚୌଦ୍ୱାରରେ ଜିଏସଟି ଚଢଉ

ଚୌଦ୍ୱାର : ଜିଏସଟି ଠକେଇ ଅଭିଯାଗରେ ଚୌଦ୍ୱାରସ୍ଥିତ ଜଗନ୍ନାଥ ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକ ଜିଏସଟି ଟିମ୍ ଚଢ଼ଉ କରିଛି ।କଟକ ଜିଏସଟି ଡେପୁଟି କମିସନର ଅଶୀଷ କୁମାର ସାହୁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଓଟିଏମ୍ ବଜାରସ୍ଥିତ ଜଗନ୍ନଥ ଟ୍ରେଡର୍ସ ପ୍ରତିଷ୍ଠାନ, ଗୋଦାମ ଘର ଓ ମାଲିକଙ୍କ ଘରେ ଏକ ସମୟରେ ଚଢ଼ଉ କରିଥିଲେ। ଅଧିକାରୀ ମାନେ ସାରାଦିନ ଧରି ପ୍ରତିଷ୍ଠାନରେ ବିଭିନ୍ନ କାଗଜପତ୍ର ଓ ଷ୍ଟକ୍ ଯାଞ୍ଚ କରିଥିବା ଜଣା ପଡ଼ିଛି । ଏହି ପ୍ରତିଷ୍ଠାନ ବ୍ୟାପକ ଜିଏସଟି ଠକେଇ କରୁଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ଉ କରାଯାଇଥିବା ଡେପୁଟି କମିସନର ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Comments are closed.