www.samajalive.in
Monday, December 15, 2025
24.1 C
Bhubaneswar

ଟିକସ ଫାଙ୍କି ଅଭିଯୋଗରେ ଜିଏସଟି ଚଢ଼ଉ

ଧର୍ମଗଡ଼ : ଟିକସ ଫାଙ୍କି ଅଭିଯୋଗରେ ଧର୍ମଗଡ଼ ସହର ଚାରିଛକ ସ୍ଥିତ ଚିଦାନନ୍ଦ ଇଲେକ୍ଟ୍ରୋନିକ୍ସରେ ଜିଏସଟି ଚଢ଼ଉ କରାଯାଇଥିଲା। ଦିନ ୧୨ଟାରୁ ରାତି ୯ଟା ଯାଏଁ ଚଢ଼ଉ ଜାରି ରହିଥିଲା। ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏହି ଚଢଉ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତି କରି ଜିଏସଟି କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଏସଟି ବିଭାଗ ପକ୍ଷରୁ ଦିନ ୧୨ଟାରୁ ରେଡ୍ ଜାରି ରହିଥିଲା । ଅଧିକାରୀ ମାନେ ଦୋକାନର ଟିକିନିଖି ହିସାବ ସହ ତା’ର ବିଭିନ୍ନ କାରବାର ନେଇ ଅଧିକାରୀମାନେ ଖୋଳତାଡ଼ କରିବା ସହ କିଛି ରସିଦ ବହି ସାଙ୍ଗରେ ନେଇଥିବା ଜଣାପଡିଛି ଏବଂ ଆସନ୍ତା ୪ତାରିଖ ଦିନ ଚିଦାନନ୍ଦ ଇଲେକ୍ଟ୍ରୋନିକ୍ସର ମାଲିକଙ୍କୁ ନିଜ ପକ୍ଷ ରଖିବାକୁ ଡକା ଯାଇଥିବା ଜିଏସଟି ଡେପୁଟି କମିଶନର ତଥା ଜିଏସଟି ଏନଫୋର୍ସମେଣ୍ଟ ଦଳର ମୁଖ୍ୟ ସମୀର କୁମାର ମାଝି ପ୍ରକାଶ କରିଛନ୍ତି। କେତେ ପରିମାଣର ଟିକସ ଫାଙ୍କି ହୋଇଛି ସେନେଇ ଶ୍ରୀ ମାଝୀ ସ୍ପଷ୍ଟ କରି ନାହାଁନ୍ତି। ଏହି ଚଢଉରେ ସିଟିଓ ପ୍ରବୀଣ କୁମାର ବର୍ଗତ୍ତି,ସିଟିଓ ପାରେଶ୍ଵର ସାହୁ, ଅତିରିକ୍ତ ସିଟିଓ ଶ୍ରୀକାନ୍ତ କୁମାର ପଣ୍ଡା, ଏଏସଟିଓ ଟଙ୍କଧର ସାହୁ, ଏଏସଟିଓ ସୁଧାଂଶୁ ଶେଖର ବେହେରା ଏବଂ ଏଏସଟିଓ ଧରଣୀଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories