www.samajalive.in
Sunday, December 7, 2025
13.1 C
Bhubaneswar

ବନ୍ୟଜନ୍ତୁ-ମଣିଷ ମୁକାବିଲା ଦୂର କରିବ ଗ୍ରାମପଂଚାୟତ

ଜାତୀୟ ବନ୍ୟଜନ୍ତୁ ବୋର୍ଡ଼ ସ୍ଥାୟୀ କମିଟି ମଣିଷ ଓ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ମୁହାଁମୁହିଁ ହେବାକୁ ଏଡ଼େଇବା ପାଇଁ ପରାମର୍ଶ ସୂଚୀକୁ ଅନୁମୋଦନ କରିଛି। ଏହି ପରାମର୍ଶ ସୂଚୀରେ ବନ୍ୟଜନ୍ତୁମାନଙ୍କ ସହ ଲୋକମାନଙ୍କର ମୁହାଁମୁହିଁ ହେବା ଘଟଣାର ସମାଧାନ ସମ୍ବନ୍ଧୟୀ ବିଭିନ୍ନ ପରାମର୍ଶ ଜାରି କରାଯାଇଛି। ଏହି ସୂଚୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨ ଅନୁସାରେ ଯେଉଁ ବନ୍ୟଜନ୍ତୁମାନେ ଜନବସତି ଅଞ୍ଚଳରେ ଉପଦ୍ରବ କରୁଛନ୍ତି, ସେମାନଙ୍କର ମୁକାବିଲା ପାଇଁ ଏହି ପରାମର୍ଶ ସୂଚୀରେ ଗ୍ରାମ ପଞ୍ଚାୟତଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଛି।

ବନ୍ୟଜନ୍ତୁମାନଙ୍କ ସହ ଲୋକମାନଙ୍କର ମୁକାବିଲା ଯୋଗୁଁ ଫସଲର ଯେଉଁ କ୍ଷତି ଘଟୁଛି, ତାହାର ଭରଣା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଉପଯୋଗ ଲାଗି ଏଥିରେ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଜଙ୍ଗଲ ଅଞ୍ଚଳରେ ପଶୁଖାଦ୍ୟ ଓ ଜଳ ସମ୍ପଦ ଉତ୍ସଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ଏଥିରେ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ବନ୍ୟଜନ୍ତୁ ଓ ଲୋକମାନଙ୍କ ମଧ୍ୟରେ ମୁହାଁମୁହିଁ ହେବାକୁ ରୋକାଯାଇ ପାରିବ।

- Advertisement -

ଯେଉଁ ଲୋକମାନେ ବନ୍ୟଜନ୍ତୁମାନଙ୍କ ଆକ୍ରମଣରେ ପ୍ରାଣ ହରାଉଛନ୍ତି, ୨୪ ଘଣ୍ଟା ଭିତରେ ସେମାନଙ୍କ ପରିବାରକୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରାଯିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳ ସ୍ତରରେ ବିଭାଗୀୟ କମିଟି ଗଠନ, ଆଗୁଆ ସତର୍କ ସୂଚନା ଜାରି ବ୍ୟବସ୍ଥା, ବନ୍ୟଜନ୍ତୁମାନଙ୍କୁ ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ରୋକିବାପାଇଁ ବାଡ଼ ଦେବା, ଡେଡିକେଟେଡ୍‍ ସର୍କଲ୍‍ ସ୍ତରୀୟ କଣ୍ଟ୍ରୋଲ୍‍ ରୁମ୍‍ ସ୍ଥାପନ ଓ ନିଃଶୁଳ୍କ ହଟ୍‍ଲାଇନ୍‍ ଟେଲିଫୋନ୍‍ ସୁବିଧା ଆଦି ବିଷୟ ଏଥିରେ ସ୍ଥାନ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories