www.samajalive.in
Tuesday, December 9, 2025
26.1 C
Bhubaneswar

ବାୟୁସେନା ଗାଡି ଉପରେ ଆକ୍ରମଣ ଘଟଣା, ୬ ଅଟକ

ଡେସ୍କ: ଜମ୍ମୁ-କଶ୍ମୀରର ସୀମାନ୍ତ ଜିଲ୍ଲା ପୁଞ୍ଚ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଭାରତୀୟ ବାୟୁସେନା ଗାଡି ଉପରେ ହୋଇଥିବା ଆକ୍ରମଣରେ ୫ ଜଣ ବାୟୁସେନା ଯବାନ ଆହତ ହୋଇଥିବା ବେଳେ ଜଣେ ସହିଦ ହେବା ଘଟଣାରେ ସୁରକ୍ଷା ବାହିନୀ ୬ ଜଣ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ସ୍ଥାନୀୟ ଲୋକମାନେ ଆକ୍ରମଣରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି। ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳର ସାନାଇ ଟପ୍ ଆଡ଼କୁ ଯାଉଥିବା ବେଳେ ଶଶିଧର ଜଙ୍ଗଲ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଭାରତୀୟ ବାୟୁସେନାର ଗାଡ଼ି ଉପରକୁ ଆତଙ୍କବାଦୀମାନେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ସେନା ୟୁନିଟ୍ ପକ୍ଷରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ବାୟୁସେନା ଗାଡି ଉପରେ ଆକ୍ରମଣ ପଛରେ ଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଚାଲିଥିବା ଅଭିଯାନ ଆଜି ମଧ୍ୟ ଜାରି ରହିଛି।

ଆତ୍ମସମର୍ପଣ କଲେ ୩୫ ମାଓବାଦୀ

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories