www.samajalive.in
Tuesday, December 9, 2025
26.1 C
Bhubaneswar

ଆତ୍ମସମର୍ପଣ କଲେ ୩୫ ମାଓବାଦୀ

ଡେସ୍କ: ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ରବିବାର ୩୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମାଓବାଦୀଙ୍କୁ ଧରାଇ ଦେବା ଲାଗି ପୁରସ୍କାର ଘୋଷଣା କରାଯାଇଥିଲା।

ଆମ ଦେଶରେ ନିର୍ବାଚନ ଦେଖିବେ ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି

- Advertisement -

ଦାନ୍ତେଓ୍ଵାଡ଼ା ପୁଲିସ ଦ୍ୱାରା ପରିଚାଳିତ ଅଭିଯାନରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ଦାନ୍ତେଓ୍ଵାଡା ରେଞ୍ଜର ଡିଆଇଜି କମଲୋଚନ କଶ୍ୟପ ଏବଂ ସିଆରପିଏଫ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ମାଓ ସଂଗଠନର ଭୈରରାମଗଡ଼ ଓ କାଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ଥିବା କୁହାଯାଉଛି। ଏହି ମାଓବାଦୀମାନେ ରାସ୍ତା ଅବରୋଧ ସମେତ ଅନେକ ନକ୍ସଲ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ କୀଟନାଶକ ପରିମାଣ ସମ୍ପର୍କିତ ଖବର ମିଛ – ସ୍ପଷ୍ଟ କଲା କେନ୍ଦ୍ର କୃଷି ମନ୍ତ୍ରଣାଳୟ

ଆତ୍ମସମର୍ପଣ ପରେ ଏହି ମାଓବାଦୀମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅଧୀନରେ ପ୍ରୋତ୍ସାହନ ବାବଦରେ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଦାନ୍ତେଓ୍ଵାଡା ପୁଲିସର ଏହି ଅଭିଯାନରେ ଏପର୍ଯ୍ୟନ୍ତ ୭୯୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆଗରେ କିଏ, ମେ’ ୭କୁ ଅପେକ୍ଷା – ଶେଷ ହେଲା ପ୍ରଚାର

Hot this week

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

Related Articles

Popular Categories