www.samajalive.in
Sunday, December 7, 2025
14.1 C
Bhubaneswar

ଜନତାଙ୍କ ପାଇଁ ବନ୍ଦ ହେଲା ସରକାରୀ କାର୍ଯ୍ୟାଳୟ, ହେଲ୍ପଲାଇନ ନମ୍ବର ଜାରି

ଟିଟିଲାଗଡ଼: କରୋନା ମହାମାରୀର ପ୍ରକୋପ ଦୃଷ୍ଟିରୁ ଅଭିଯୋଗ ଦାଖଲ ପାଇଁ ସରକାରୀ କାର୍ୟ୍ୟାଳୟ ପହଞ୍ଚୁଥିବା ସାଧାରଣ ଜନତାଙ୍କୁ ସମ୍ପ୍ରତି ବାରଣ କରାଯାଇଛି। ପ୍ରାୟତଃ ତଳସ୍ତରରେ ନ୍ୟାୟ ପାଇ ପ୍ରତ୍ୟେହ ବହୁ ସଂଖ୍ୟାରେ ପୁରୁଷ ମହିଳା ବିଭିନ୍ନ ସରକାରୀ କାର୍ୟ୍ୟାଳୟକୁ ଛୁଟି ଆସୁଥିବା ଦେଖାଯାଇଥାଏ। ତେବେ ଏଣିକି ସିଧାସଳଖ ଅଭିଯୋଗ ବଦଳରେ ଲୋକେ ନିଜର ଅଭିଯୋଗ ହ୍ୱାଟ୍ସଏପ ଏବଂ ଇମେଲ ଯୋଗେ ପଠାଇପାରିବେ ବୋଲି ସ୍ଥାନୀୟ ପ୍ରଶାସନ ନିଷ୍ପତି ନେଇଥିବା ଟିଟିଲାଗଡ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସୂଚନା ଦେଇଛନ୍ତି। ଏନେଇ ଉପଜିଲାପାଳଙ୍କ ନିର୍ଦ୍ଦେଶ ସଂଖ୍ୟା ୨୭୦୫, ୨୯.୭.୨୦ରେ ସହାୟକ ଜିଲାପାଳ କର୍ଣ୍ଣ ମଲ୍ଲିକ ନୋଡାଲ ଅଧିକାରୀ, ଉପଖଣ୍ଡ ପଂଚାୟତ ଅଧିକାରୀ ଅନଙ୍ଗ ଭଜନ ସାଗର ସଦସ୍ୟ ଭାବରେ ଅଭିଯୋଗ ପରିଚାଳନା କରିବେ। ସାଧାରଣ ଜନତା ସେମାନଙ୍କ ଅଭିଯୋଗଟିକୁ ୯୪୩୮୨୮୫୬୧୯କୁ ହ୍ୱାଟ୍ସଏପ ଜରିଆରେ କିମ୍ବା ଇମେଲ ଯୋଗେ ମଧ୍ୟ ପଠାଇପାରିବେ ବୋଲି ସୂଚନା ଦିଆଯାଇଛି। ସମ୍ବନ୍ଧୀୟ ଅଧିକାରୀ ଅଭିଯୋଗ ସବୁକୁ ଗୁରତ୍ୱ ପ୍ରଦାନ ସହ ତତ୍କାଳ ବିଚାର କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ଉପଜିଲାପାଳଙ୍କ କାର୍ୟ୍ୟାଳୟକୁ ପ୍ରବେଶ ପାଇଁ ରହିଥିବା ତିନୋଟି ଗେଟ ବନ୍ଦ କରିଦିଆଯାଇଥିବା ଦେଖାଯାଇଥିଲା। କେବଳ କର୍ମଚାରୀଙ୍କୁ ହିଁ ପ୍ରବେଶ ଅନୁମତି ରହିଥିଲା। ଏନେଇ ଉପଜିଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ରହିଥିବା ତହସିଲ, ଉପଖଣ୍ଡ ଯୋଗାଣ ଅଧିକାରୀ, ରେଜିଷ୍ଟ୍ରୀ, ଉପଖଣ୍ଡ ପଂଚାୟତ କାର୍ୟ୍ୟାଳୟ ଜନଶୁନ୍ୟ ହୋଇପଡିଥିବା ଦେଖାଯାଇଥିଲା। ଅପରପକ୍ଷରେ ବଲାଙ୍ଗିର ଜିଲାପାଳଙ୍କ ଆଦେଶ କ୍ରମେ ଆସନ୍ତା କାଲି ଠାରୁ ୪ ଦିନ ପାଇଁ ସଟଡାଉନ ଘୋଷଣା ହୋଇଛି। ଏପରିପ୍ରେକ୍ଷୀରେ ଲୋକେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ କିଣି ସାଇତି ରଖିବାକୁ ନେଇ ସହରରେ ପ୍ରବଳ ଭିଡ ସହ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ପରିଲକ୍ଷିତ ହୋଇଥିଲା। ତତଲାଗଡର ୩୬ ଡିଗ୍ରୀ ଟାଣ ଖରାରେ ପୁରୁଷ ମହିଳା ଦ୍ୱିପ୍ରହର ସାରା ଏଜାଗାରୁ ସେ ଜାଗା ଘୁରି ବୁଲି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଖରିଦ କରୁଥିବା ଦେଖାଯାଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories