ମହିଳା କର୍ମଚାରୀଙ୍କ ପାଇଁ ନୂଆ ସୁବିଧା କଲେ ସରକାର; ସ୍ବାମୀ ପରିବର୍ତ୍ତେ ପିଲା ପାଇପାରିବେ ପେନ୍‌ସନ୍‌

ନୂଆଦିଲ୍ଲୀ: ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ସୁବିଧା କରିଛନ୍ତି କେନ୍ଦ୍ର ସରକାର। ବୈବାହିକ ବିବାଦ ଚାଲିଥିଲେ, ଜଣେ ମହିଳା ଏଣିକି ସ୍ବାମୀ ପରିବର୍ତ୍ତେ ନିଜ ପିଲାଙ୍କୁ ପରିବାର ପେନ୍‌ସନ୍‌ ପାଇଁ ମନୋନୀତ କରିପାରିବେ। ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

prayash

ସରକାରଙ୍କ ପକ୍ଷରୁ କହୁଯାଇଛି ଯେ, ବୈବାହିକ ବିବାଦ କ୍ଷେତ୍ରରେ ମହିଳା କର୍ମଚାରୀମାନେ ଏଣିକି ନିଜର ଗୋଟିଏ ପିଲା କିମ୍ବା ପିଲାମାନଙ୍କୁ ପରିବାର ପେନ୍‌ସନ୍‌ ପାଇଁ ମନୋନୀତ କରିବାକୁ ସୁବିଧା କରାଯାଇଛି। କେନ୍ଦ୍ର ପ୍ରଶାସନିକ ସେବା(ପେନ୍‌ସନ୍‌) ନିୟମ, ୨୦୨୧ର ନିୟମ ୫୦ ଜଣେ ସରକାରୀ କର୍ମଚାରୀ କିମ୍ବା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ପେନ୍‌ସନ୍‌ ପ୍ରଦାନ ପାଇଁ ଅନୁମତି ଦେଇଥାଏ।

ପୂର୍ବରୁ ଯଦି ଜଣେ ମୃତ ସରକାରୀ କର୍ମଚାରୀ କିମ୍ବା ପେନ୍‌ସନ୍‌ଭୋଗୀଙ୍କ ପରିବାରରେ ସ୍ବାମୀ କିମ୍ବା ସ୍ତ୍ରୀ ଥାଆନ୍ତି, ତେବେ ପରିବାର ପେନ୍‌ସନ୍‌ ପ୍ରଥମେ ସ୍ବାମୀ କିମ୍ବା ସ୍ତ୍ରୀଙ୍କୁ ପ୍ରଦାନ କରାଯାଇଥାଏ। ନିୟମ ଅନୁସାରେ, ମୃତ ସରକାରୀ କର୍ମଚାରୀ/ପେନ୍‌ସନ୍‌ଭୋଗୀଙ୍କ ଜୀବନସାଥୀ ପରିବାର ପେନ୍‌ସନ୍‌ ପାଇଁ ଅଯୋଗ୍ୟ ସାବ୍ୟସ୍ତ ହେଲେ କିମ୍ବା ତାଙ୍କର ମୃତ୍ୟୁ ଘଟିଲେ ପରିବାରର ଅନ୍ୟ ସଦସ୍ୟ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ହୋଇଥାଆନ୍ତି।

Comments are closed.