କେନ୍ଦୁପତ୍ର ତୋଳାଳି,ବନ୍ଧେଇ ଶ୍ରମିକ ଓ କର୍ମଚାରୀଙ୍କ ମଜୁରୀ ଓ ଭତ୍ତା ବୃଦ୍ଧି

ସରକାରୀ ଘୋଷଣାକୁ ସଂଘର ସ୍ୱାଗତ, ଶିକ୍ଷା ବୃତ୍ତି ଏବଂ କନ୍ୟା ବିବାହ ପାଇଁ ଦାବୀ ବଳବତ୍ତର ରହିବ

ଭୁବନେଶ୍ବର : ରାଜ୍ୟ ସରକାର ବୁଧବାର ୨୦୨୨  ମସିହା ପାଇଁ କେନ୍ଦୁପତ୍ର ତୋଳାଳି ମାନଙ୍କ ପାଇଁ କେରୀ ପ୍ରତି ୧.୨୦ ପଇସାରୁ ୧.୪୦ପଇସାକୁ ବୃଦ୍ଧି ଅର୍ଥାତ୍ କେରୀ ପ୍ରତି ୨୦ ପଇସା ବୃଦ୍ଧି କରିଛନ୍ତି । ଶତକଡା ୫୦ ଭାଗ ବୋନସ, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ଶତକଡା ୧୦ ଭାଗ ପ୍ରୋସାହନ ସହାୟତା ଘୋଷଣାକୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି  ବିଜୟ ମହାନ୍ତି ସ୍ଵାଗତ କରିଛନ୍ତି । ଏହା ସହିତ ତୋଳାଳିମାନଙ୍କ ପାଇଁ ସମାଜିକ ନିରାପତ୍ତା ସହାୟତା ପାଇଁ ୨୦୦୦ କେରୀ ପତ୍ର ଯୋଗ୍ୟତାର ମାପଦଣ୍ଡକୁ ୧୦୦୦ କେରୀ କରିବା ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୧୦୮ ବଣ୍ଡଲ ପତ୍ର ବନ୍ଧେଇ କରିବା ଘୋଷଣା ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ସମାଜିକ ନିରାପତ୍ତା କ୍ଷେତ୍ରରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ଏହା ବ୍ୟତୀତ ବନ୍ଧେଇ ଶ୍ରମିକମାନଙ୍କୁ ମାନଙ୍କୁ ମଶାରୀ ଏବଂ କମ୍ବଳ ପାଇଁ ୭୦୦ ଟଙ୍କା ସହାୟତା ପ୍ରଦାନ କରିବା ତୋଳାଳି ଓ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ୧୦୦ ଟଙ୍କା ଟୋପି ପାଇଁ ଏବଂ କେନ୍ଦୁପତ୍ର ସଂଗ୍ରହ ଲାଗି କପଡ଼ା କିଣିବା ପାଇଁ ୨୦୦ ଟଙ୍କା ସହାୟତା ଏବଂ ସର୍ବୋପରି ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ନିଯୁକ୍ତି କର୍ତ୍ତୃପକ୍ଷଙ୍କ ଅଂଶ ଧନ ଇପିଏଫ୍ ବାବଦ ଅର୍ଥ ମଧ୍ୟ ମଞ୍ଜୁର କରାଯାଇଛି । ଏହି ସବୁ ଘୋଷଣା ସ୍ଵାଗତ ଯୋଗ୍ୟ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଏହି ସବୁ ଘୋଷଣା ସମ୍ପର୍କରେ ପୂର୍ବରୁ ସଂଘ ପକ୍ଷରୁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଡିସେମ୍ବର ୩ ତାରିଖରେ ଦାବି ପତ୍ର ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ଦାବି ସମ୍ପର୍କରେ ବିଧାନସଭା କକ୍ଷରେ ମନ୍ତ୍ରୀସ୍ତରୀୟ ପ୍ରତିନିଧିଙ୍କ ସହ ଆଲୋଚନା ସହ ବିଭିନ୍ନ ଡିଭିଜନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା।  ଏହି ସବୁ ଦାବିନେଇ ଅତିରିକ୍ତ ଶାସନ ସଚିବ ମୋନା ଶର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

prayash

ସଂଘର ଏକ ମୁଖ୍ୟ ଦାବି ବିଶେଷ ଭାବରେ ୨୦୧୭-୧୮ ମସିହାରେ ତୋଳାଳି ଏବଂ ଅନ୍ୟାନ୍ୟ ଶ୍ରମିକ ମାନେ ପାଉଥିବା ଶିକ୍ଷା ଛାତ୍ର ବୃତ୍ତି, କନ୍ୟା ବିବାହ ସହାୟତା କୁ ବନ୍ଦ କରାଯାଇଥିବା ଯୋଗୁଁ ଏହାର ପୁନଃ ପ୍ରଚଳନ ନେଇ ଦାବୀ କରାଯାଇଥିଲା କିନ୍ତୁ ଏଥିପାଇଁ ସରକାରଙ୍କ ଘୋଷଣାରେ ଏହାର ଉଲ୍ଲେଖ ନାହିଁ।  କନ୍ୟା ବିବାହ ପରି ସମାଜିକ ନିରାପତ୍ତା ସହାୟତା ବ୍ୟବସ୍ଥାକୁ ପୁନଃ ପ୍ରଚଳନ ପାଇଁ ସଂଘ ପକ୍ଷରୁ ଦାବୀକୁ ବଳବତ୍ତର ରଖା ଯିବା ପାଇଁ ସଂଘ ପ୍ରକାଶ କରିଛି।

kalyan agarbati

Comments are closed.