www.samajalive.in
Tuesday, December 9, 2025
16.1 C
Bhubaneswar

ଏପ୍ରିଲରେ ସତ୍କାର ହୋଇଛି ୨୫୦୦ ମୃତଦେହ, ସରକାରୀ ନଥିରେ ୧୦୯

ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କିନ୍ତୁ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। କେବଳ ଭୋପାଳର ଗତ ଏପ୍ରିଲ ମାସର ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ମାସକ ମଧ୍ୟରେ ରାଜ୍ୟରେ ଭୋପାଳରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ନଥିରେ ଦର୍ଶାଯାଇଛି। କିନ୍ତୁ ଶ୍ମଶାନଘାଟ ଏବଂ କବରସ୍ତାନର ତଥ୍ୟ ଭିନ୍ନ କଥା କହୁଛି। ଭୋପାଳର ବିଭିନ୍ନ ଶ୍ମଶାନଘାଟ ଏବଂ କବରସ୍ତାନରେ ଏପ୍ରିଲ ମାସରେ ୨୫୦୦ରୁ ଅଧିକ ମୃତଦେହ ସତ୍କାର ହୋଇଥିବା ଜଣାପଡ଼ିଛି।

କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାର ଲାଗି ଭୋପାଳ ଜିଲାରେ ୩ଟି ଶ୍ମଶାନଘାଟ ଏବଂ ଗୋଟିଏ କବରସ୍ତାନ ରହିଛି। ଏଠାରୁ ମିଳିଥିବା ତଥ୍ୟ ଅନୁସାରେ, ଏପ୍ରିଲ ୧ରୁ ୩୦ ତାରିଖ ମଧ୍ୟରେ ୧୦୯ କୋଭିଡ ମୃତକଙ୍କ ବ୍ୟତୀତ ୨୫୬୭ ମୃତଦେହକୁ କୋଭିଡ ପ୍ରୋଟୋକଲ ଅଧୀନରେ ସତ୍କାର କରାଯାଇଛି। ଏହି ୪ ସ୍ଥାନର କର୍ମଚାରୀଙ୍କ କହିବା ଅନୁସାରେ ଏହି ସମୟ ମଧ୍ୟରେ ୧୨୭୩ ଅଣକରୋନା ରୋଗୀଙ୍କ ମୃତଦେହ ସତ୍କାର କରାଯାଇଛି।

- Advertisement -

ସୂଚନା ଅନୁସାରେ, ଭୋପାଳରେ ୬ଟି ଶ୍ମଶାନଘାଟ ଏବଂ ୪ଟି କବରସ୍ତାନ ରହିଛି। ଯେଉଁଥିରୁ ୩ଟି ଶ୍ମଶାନଘାଟ ଏବଂ ଗୋଟିଏ କବରସ୍ତାନକୁ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତଥାପି ଯେଉଁ ମାତ୍ରାରେ ପ୍ରତିଦିନ ମୃତହେଦ ସତ୍କାର ପାଇଁ ଆସୁଛି ତାହାକୁ ସୁରୁଖୁରୁରେ ପରିଚାଳନା କରିବା କଷ୍ଟକର ହେଉଛି ବୋଲି ଦାୟିତ୍ଵରେ ଥିବା ଅଧିକାରୀ ଏବଂ କର୍ମଚାରୀ କହିଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories