www.samajalive.in
Tuesday, December 9, 2025
15.1 C
Bhubaneswar

ସରକାରୀ ଡ୍ରେନ୍‍ ଜବର ଦଖଲ: ନର୍ଦ୍ଦମା ପାଣିରେ ରାସ୍ତାରେ ନଦୀର ଭ୍ରମ

ବୋଲଗଡ: ବୋଲଗଡ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କୋଇ ପାଟଣା ଓ ଗୌଡ଼ସାହି ରାଜସ୍ୱ ମୌଜାର ସରକାରୀ ଡ୍ରେନ୍‍କୁ କେତେକ ଅସାଧୁ ବ୍ୟକ୍ତି ଜବରଦସ୍ତ ଦଖଲ କରିଛନ୍ତି। ଫଳରେ ନାଳପାଣି ଡ୍ରେନରେ ନ ଯାଇ ରାସ୍ତା ଉପରେ ଭାସୁଛି।

ଭୋଳସାହି, ନେଳିଆପୋଖରି ପାଣି, ଗୌଡ଼ସାହି ପାଣି, ମେଡିକାଲ ଛକ ପାଣି ଓ ସମସ୍ତ ନାଳ ନର୍ଦ୍ଦମା ପାଣି ବଡବାଙ୍କୋଇ ପାଟଣା ଡ୍ରେନ ମାଧ୍ୟମରେ ବଡନଳା ଦେଇ ଚାଷ ଜମିକୁ ଯାଇଥାଏ। କିନ୍ତୁ ଏହି ସରକାରୀ ଡ୍ରେନ୍‍କୁ ଶଙ୍କର ବଳିୟାରସିଂହ ଓ ଦକ୍ଷୀନ କବାଟ ଜବର ଦଖଲ କରି ଦୁଇ ବଖରା ଘର ନିର୍ମାଣ କରିଥିବାରୁ ବର୍ଷା ପାଣି ଓ ସମସ୍ତ ନାଳ ନର୍ଦ୍ଦମା ପାଣି ବଡନଳା ଦେଇ ଚାଷ ଜମିକୁ ଯାଇପାରୁନାହିଁ। ତେଣୁ ବଡବାଙ୍କୋଇ ପାଟଣା, ଗୌଡ଼ସାହି ଓ ବାଙ୍କୋଇ ଗ୍ରାମର ଗ୍ରାମବାସୀମାନେ ଏହାର ନିରାକରଣ ପାଇଁ ବାଙ୍କୋଇଦେଶ ଗ୍ରାମପଞ୍ଚାୟତ, ରାଜସ୍ୱ ନିରୀକ୍ଷକ ଓ ବୋଲଗଡ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଡ୍ରେନ୍‍ଟି ପୋତି ହୋଇଯାଇଥିବାରୁ ବର୍ଷାପାଣି ଓ ନାଳ ନର୍ଦ୍ଦମା ପାଣି ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ମାଡିଚାଳିଛି।ଫଳରେ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ, ବ୍ୟବସାୟୀ, ପଥିକ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯିବା ଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାପାଣି ଓ ନାଳ ନର୍ଦ୍ଦମା ପାଣି ଗ୍ରାମ ଉନ୍ନୟନ ରସ୍ତା ଉପରେ ଜମି ରହୁଥିବାରୁ ଖାଲ ଖମା ଯୋଗୁଁ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି। ଏଥିପ୍ରତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଦୃଷ୍ଟିଦେବାକୁ ବିରଞ୍ଚି ନାରାୟଣ ଉତ୍ତର କବାଟ, ଦିନବନ୍ଧୁ ପାତ୍ର, ଲକ୍ଷ୍ମୀଧର ବିଶ୍ୱାଳ, ଉଦ୍ୟନାଥ ବେହେରାଙ୍କ ସମେତ ଗ୍ରାମବାସୀମାନେ ଦୃଢଦାବୀ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories