www.samajalive.in
Tuesday, December 9, 2025
26.1 C
Bhubaneswar

ମହିଳା ସୁରକ୍ଷା ପାଇଁ ଯୌନ ଅପରାଧୀଙ୍କ ଅନଲାଇନ୍ ଡାଟାବେସ୍‍ ପ୍ରସ୍ତୁତ

ନୂଆଦିଲ୍ଲୀ : ଯୌନ ଅପରାଧ ଏବଂ ମହିଳା ବିରୋଧୀ ଉତ୍ପୀଡ଼ନକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ଯୌନ ଅପରାଧୀଙ୍କ ଏକ ଅନଲାଇନ୍ ଡାଟାବେସ୍‍ ‘ନ୍ୟାସନାଲ ଡାଟାବେସ୍‍ ଅଫ ସେକ୍‍ସୁଆଲ ଅଫେଣ୍ଡର୍ସ’ (ଏନ୍‍ଡିଏସ୍‍ଓ) ପ୍ରସ୍ତୁତ କରିଛନ୍ତି। ବିଶ୍ୱର ନବମ ରାଷ୍ଟ୍ର ଭାବେ ଭାରତ ଏପରି ଡାଟାବେସ୍‍ ପ୍ରସ୍ତୁତ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏହି ଡାଟାବେସ୍‍ର ଉଦ୍‍ଘାଟନ କରିଥିଲେ। ଗୃହ ମନ୍ତ୍ରାଳୟର ଅଫିସିଆଲ ଟ୍ୱିଟ୍‍ରେ ଏହି ସୂଚନା ଦିଆଯାଇଛି।
ଦେଶରେ ବଳାତ୍କାର, ମହିଳା ବିରୋଧୀ ଅତ୍ୟାଚାର ମାମଲା ଚିନ୍ତାର ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଅପରାଧୀଙ୍କ ଫଟୋ, ଠିକଣା, ଡିଏନ୍‍ଏ, ଆଧାରକାର୍ଡ, ଆଙ୍ଗୁଠି ଚିହ୍ନ ଏବଂ ପ୍ୟାନ କାର୍ଡ ସମ୍ବଳିତ ତଥ୍ୟର ଡାଟାବେସ୍‍ ପ୍ରସ୍ତୁତ କରିଛନ୍ତି। ଏହି ଡାଟାବେସ୍‍ ତଥ୍ୟ ଦେଶର ସମସ୍ତ ଜିଲା ପୁଲିସ୍ ଓ ବିଭିନ୍ନ ତଦନ୍ତକାରୀ ବିଭାଗକୁ ପ୍ରଦାନ କରାଯିବ। ଗୃହ ମନ୍ତ୍ରାଳୟ ଅଧୀନ ନ୍ୟାସନାଲ କ୍ରାଇମ ରେକର୍ଡସ୍‍ ବ୍ୟୁରୋ (ଏନ୍‍ସିଆରବି) ଏହି ଡାଟାବେସ୍‍ ପ୍ରସ୍ତୁତ କରିଛି। ଏଥିରେ ଅପରାଧୀଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ପ୍ରଥମ ଶ୍ରେଣୀରେ ପ୍ରଥମ ଥର ଏଭଳି ଅପରାଧ ଭିଆଇଥିବା ଅପରାଧୀଙ୍କ ୧୫ ବର୍ଷର ତଥ୍ୟ, ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ ଅପରାଧୀଙ୍କ ୨୫ ବର୍ଷର ତଥ୍ୟ ଏବଂ ତୃତୀୟ ଶ୍ରେଣୀରେ ସାମିଲ ଅପରାଧୀଙ୍କ ଜାବତ୍‍ଜୀବନ ତଥ୍ୟ ଏହି ଡାଟାବେସ୍‍ରେ ସଂରକ୍ଷିତ ରହିବ। ଭାରତ ବ୍ୟତୀତ ଆମେରିକା, ବ୍ରିଟେନ୍‍, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, କାନାଡା, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ତ୍ରିନିଦାଦ ଟବାଗୋ ଭଳି ଦେଶ ଏଭଳି ଡାଟାବେସ୍‍ ପ୍ରସ୍ତୁତ କରିଛନ୍ତି। କବେଳ ଆମେରିକାରେ ସାଧାରଣ ନାଗରିକମାନେ ଏହି ଡାଟାବେସ୍‍ର ସୁବିଧା ନେଇପାରିବେ। ବାକି ଦେଶଗୁଡ଼ିକରେ କେବଳ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ତଥ୍ୟର ସୁବିଧା ନେଇପାରିବେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories