ଉପଭୋକ୍ତାଙ୍କୁ ଠକୁଥିଲେ, ଏବେ ସରକାରୀ ଜାଲରେ ଫସିଲେ ଓଲା-ଉବର

ନୂଆଦିଲ୍ଲୀ : ପରିବହନ ସେବା ଯୋଗାଇ ଦେଉଥିବା ଓଲା ଓ ଉବରକୁ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ତରଫରୁ ନୋଟିସ୍ ଜାରି କରାଯାଇଛି । ନୋଟିସରେ କ୍ୟାବ୍ ବୁକ୍ ସମୟରେ ଆଣ୍ଡ୍ରଏଡ୍ ଓ ଆଇଓଏସରେ ଦାମରେ ଫରକ ରହୁଥିବାର କାରଣ ସମ୍ପର୍କରେ ପ୍ରଶ୍ନ କରାଯାଇଛି । ଏନେଇ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଆଣ୍ଡ୍ରଏଡ୍ ଓ ଆଇଫୋନରେ ଏକ ସମୟରେ ଗୋଟିଏ ସ୍ଥାନ ପାଇଁ ଟ୍ୟାକ୍ସି ବୁକ୍ କଲେ ଆଣ୍ଡ୍ରଏଡରେ କମ୍ ପଇସା ଲାଗୁଥିବାବେଳେ ଆଇଫୋନରେ ଅଧିକ ପଇସା ଲାଗିଥାଏ । ଏ ସମ୍ପର୍କରେ ପୂର୍ବରୁ ଅନେକ ଥର ଉପଭୋକ୍ତା ଅଭିଯୋଗ କରିଆସୁଥିଲେ । କମ୍ପାନୀର ଏଭଳି ନିୟମ ଆଦୌ ସଠିକ୍ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

Comments are closed.