www.samajalive.in
Friday, December 5, 2025
17.1 C
Bhubaneswar

ମୁଣ୍ଡରେ ବନ୍ଧୁକ ଲଗାଇ ଝାମ୍ପି ନେଲେ ମହିଳାଙ୍କ ସୁନା ଚେନ୍‌

ଗୋପାଳପୁର: ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌। ଏଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଘଟିଛି। ଗୋପାଳପୁର ଥାନା ନିକଟରେ ଆଜି ସକାଳେ ଆମ୍ବପୁଆ ଅଞ୍ଚଳର ମହିଳା ଭି ପଦ୍ମାବତୀ ପ୍ରାତଃ ଭ୍ରମଣ କରୁଥିବା ବେଳେ ଇନକମ ଟ୍ୟାକ୍ସ ଅଫିସ ସମ୍ମୁଖରେ ହଠାତ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ପଦ୍ମାବତୀଙ୍କ ନିକଟକୁ ଆସିଥିଲେ। ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେକରେ ପିନ୍ଧିଥିବା ସୁନା ଚେନକୁ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଘଟଣା ନେଇ ପଦ୍ମାବତୀ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ରାଜଧାନୀରୁ ଶିଶୁପୁତ୍ର ଚୋରି ଘଟଣା; କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ଅଭିଯୋଗ

- Advertisement -

ଅନ୍ୟପଟେ ଗୋପାଳପୁର ଥାନାରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ଅଭାବରୁ ଅନେକ ସମୟରେ ସଠିକ ଭାବେ ପାଟ୍ରୋଲିଂ ହେଉନଥିବା ସହ ଅପରାଧ ବଢି ଚାଲିଛି ବୋଲି କୁହାଯାଉଛି। ଏହାସହ ଗୋପାଳପୁର ଥାନା ଅଧିନରେ ଆସୁଥିବା ଅନେକ ଅଞ୍ଚଳ ପ୍ରାୟ ୧୦ ରୁ ୧୫ କିମି ମଧ୍ୟରେ ଆସୁଥିବା ବେଳେ ଏପରି ଘଟଣାମାନ ଘଟିବା ପରେ ପୁଲିସ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଚୋରମାନେ ଘଟଣା ଘଟାଇ ଫେରାର ହେବାକୁ ସକ୍ଷମ ହେଉଥିବା ଅଭିଯୋଗ ରହିଛି। ଏଣୁ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ସାଧାରଣରେ ଦାବି ହେଉଛି।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..

ଦେଖନ୍ତୁ ଭିଡିଓ ; ଯାତ୍ରୀବାହୀ ବସ୍‌ ଉପରେ ଚଢିଗଲା ଦନ୍ତାହାତୀ

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories