ଭୁବନେଶ୍ୱର : ରାଜଧାନୀ ଛାତିରୁ ମାଆ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହେବାର ଘଟଣା ନୂଆ ମୋଡ ନେଇଛି । ଭୁବନେଶ୍ୱ ରାମମନ୍ଦିର ନିକଟରୁ ଅପହୃତ ହୋଇଥିବା ଶିଶୁ ବାଲେଶ୍ୱରରୁ ଉଦ୍ଧାର ହେବା ପରେ ଘଟଣାରେ ଜଣଙ୍କୁ ଗିରଫ କରାଯାଇ ପୁଲିସ ପଚରାଉଚରା କରୁଛି।
ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ରର ଚୋରି କରାଯାଇଥିଲା । କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ମହିଳା ଏହି ଅପହରଣ ଅଭିଯୋଗରେ ଗିରଫ ହୋଇଛନ୍ତି । ଅଟକ ମହିଳାଙ୍କ ନିଜ ଛୁଆର କିଡନୀ ଖରାପ ଥିବା ସୂଚନା ମିଳିଛି । ତେଣୁ ଏହି ଅପହରଣ କରାଯାଇଛି ବୋଲି ପୁଲିସ ସନ୍ଦେହ କରି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି।
ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ରାଜଧାନୀ ରାମ ମନ୍ଦିର ନିକଟରୁ କିଛି ଦୁର୍ବୃତ୍ତ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରି ନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।



