www.samajalive.in
Sunday, December 14, 2025
26.1 C
Bhubaneswar

ହଳଦିଆପଦରରୁ ଚୋରି ଟ୍ରକ ଗୁଡ଼ିପଡାରୁ ଠାବ, କୁଖ୍ୟାତ ଅପରାଧୀ ଗୋବିନ୍ଦ ରାଉତ ଗିରଫ

ଗୋପାଳପୁର: ଗତ ୧୪ତାରିଖ ମଧ୍ୟ ରାତ୍ରରେ ଗୋଳନ୍ଥରା ଥାନା ଅଧୀନ ହଳଦିଆପଦରର ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି ହୋଇଥିବା ବେଳେ ଆଜି ଗୋଳନ୍ଥରା ପୋଲିସ ଉକ୍ତ ଟ୍ରକକୁ ଠାବ କରିଵା ସହ ଚୋରି କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣା ପଡିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବାଲିକୁଦା ମାଷ୍ଟର କଲୋନୀର କୁଖ୍ୟାତ ଅପରାଧୀ   ଗୋବିନ୍ଦ ଚନ୍ଦ୍ର ରାଉତ ବୋଲି ପୋଲିସ ସୂଚନା ଦେଇଛି।

ଚୋରି ଟ୍ରକଟି ଗୋରାପଲ୍ଲୀ ଟୋଲ ଗେଟ ନିକଟରେ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଏସଆଇ ଗଗନ କୁମାର ବେହେରା ନେତୃତ୍ୱରେ ଏକ ପୋଲିସ ଟିମ ଜଙ୍କିଆ ଥାନା ଅଧୀନ ଗୋଡିପଡା ଗାଁ ନିକଟରେ ଟ୍ରକକୁ ଠାବ କରିଵା ସହ ଗୋବିନ୍ଦକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଆଜି ପୋଲିସ ଅଭିଯୁକ୍ତ ଗୋବିନ୍ଦ କୁ ଅଦାଲତ ଚାଲାଣ କରିଥିବା ସୂଚନା ମିଳିଛି। ଗିରଫ ଗୋବିନ୍ଦଙ୍କ ନାଁରେ  ବିଭିନ୍ନ ଥାନାରେ ୧୧ ଗୋଟି ବିଭିନ୍ନ  ଅପରାଧିକ ମାମଲା ରହିଛି। ଚମ୍ପଟ ମାରିଥିବା ଗୋବିନ୍ଦର ସହଯୋଗୀକୁ ଖୁବ ଶୀଘ୍ର ଗିରଫ କରା ଯିବ ବୋଲି ଥାନାଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories