www.samajalive.in
Tuesday, December 9, 2025
26.1 C
Bhubaneswar

ହଳଦିଆପଦରରୁ ଚୋରି ଟ୍ରକ ଗୁଡ଼ିପଡାରୁ ଠାବ, କୁଖ୍ୟାତ ଅପରାଧୀ ଗୋବିନ୍ଦ ରାଉତ ଗିରଫ

ଗୋପାଳପୁର: ଗତ ୧୪ତାରିଖ ମଧ୍ୟ ରାତ୍ରରେ ଗୋଳନ୍ଥରା ଥାନା ଅଧୀନ ହଳଦିଆପଦରର ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି ହୋଇଥିବା ବେଳେ ଆଜି ଗୋଳନ୍ଥରା ପୋଲିସ ଉକ୍ତ ଟ୍ରକକୁ ଠାବ କରିଵା ସହ ଚୋରି କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣା ପଡିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବାଲିକୁଦା ମାଷ୍ଟର କଲୋନୀର କୁଖ୍ୟାତ ଅପରାଧୀ   ଗୋବିନ୍ଦ ଚନ୍ଦ୍ର ରାଉତ ବୋଲି ପୋଲିସ ସୂଚନା ଦେଇଛି।

ଚୋରି ଟ୍ରକଟି ଗୋରାପଲ୍ଲୀ ଟୋଲ ଗେଟ ନିକଟରେ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଏସଆଇ ଗଗନ କୁମାର ବେହେରା ନେତୃତ୍ୱରେ ଏକ ପୋଲିସ ଟିମ ଜଙ୍କିଆ ଥାନା ଅଧୀନ ଗୋଡିପଡା ଗାଁ ନିକଟରେ ଟ୍ରକକୁ ଠାବ କରିଵା ସହ ଗୋବିନ୍ଦକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଆଜି ପୋଲିସ ଅଭିଯୁକ୍ତ ଗୋବିନ୍ଦ କୁ ଅଦାଲତ ଚାଲାଣ କରିଥିବା ସୂଚନା ମିଳିଛି। ଗିରଫ ଗୋବିନ୍ଦଙ୍କ ନାଁରେ  ବିଭିନ୍ନ ଥାନାରେ ୧୧ ଗୋଟି ବିଭିନ୍ନ  ଅପରାଧିକ ମାମଲା ରହିଛି। ଚମ୍ପଟ ମାରିଥିବା ଗୋବିନ୍ଦର ସହଯୋଗୀକୁ ଖୁବ ଶୀଘ୍ର ଗିରଫ କରା ଯିବ ବୋଲି ଥାନାଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories