www.samajalive.in
Sunday, December 7, 2025
13.1 C
Bhubaneswar

ଘଟକେଶ୍ବର ମନ୍ଦିର ରାସ୍ତା ରେ ଟାଟା ଏସି ଡ଼୍ରାଇଭର ଠାରୁ ଲୁଟ ମାମଲା, ମାଷ୍ଟର ମାଇଣ୍ଡ ଡ୍ରାଇଭର ଠାରୁ ୨ ଲକ୍ଷ ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି-ବ୍ରହ୍ମପୁର ରାସ୍ତାର ଘଟକେଶ୍ବର ମନ୍ଦିର ରାସ୍ତାରେ ଟାଟା ଏସି ଡ଼୍ରାଇଭର ଠାରୁ ଲୁଟ ମାମଲାର ପୁଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସାମିଲ ମାଷ୍ଟର ମାଇଣ୍ଡ ଡ୍ରାଇଭର ଠାରୁ ପୁଲିସ ଲୁଟ ଟଙ୍କା ଜବତ କରିବା ସହ ଡ୍ରାଇଭରକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଡ୍ରାଇଭରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଡ୍ରାଇଭର ଜଣଙ୍କ ହେଲେ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିର ବିରହ ବସନ୍ତ ଶତପଥୀ (୩୭) ବୋଲି ପୁଲିସ ସୂଚନା ଦେଇଛି। ବିରହ ବସନ୍ତ ନିଜେ ୨ ଲକ୍ଷ ୧୦ ହଜାର ଟଙ୍କା ହଡ଼ପ କରିବା ପାଇଁ ଏପରି ଯୋଜନା ପ୍ରସ୍ତୁତ କରି ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ପାଣି ଟାଙ୍କି ରୋଡରେ ଥିବା ବେହେରା ଟ୍ରେଡର୍ସ ଦୋକାନରୁ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିର ଡ୍ରାଇଭର ବିରହ ବସନ୍ତ ଶତପଥୀ ଏକ ଟାଟା ଏସି ଗାଡି(ଓଡି ୦୯ ଜେଡ ୩୪୩୮) ଯୋଗେ ଲୁହା ପାଇପ ଧରି ଜୟନ୍ତୀପୁରର ଏମ ମୁରଲୀ ମୋହନଙ୍କ ଦୋକାନକୁ ଯାଇ ଲୁହା ସାମଗ୍ରୀ ଦେବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ନେଇ ବ୍ରହ୍ମପୁର ଫେରୁଥିଲେ। ରାତି ୯ ଟା ବେଳେ ଘଟକେଶ୍ବର ରାସ୍ତାରେ ବ୍ରହ୍ମପୁର ଫେରୁଥିବା ବେଳେ ରାସ୍ତାରେ ଜଣେ ମହିଳା ଗାଡ଼ି ଅଟକାଇ ଥିଲେ। ଡ୍ରାଇଭର ବିରହ ବସନ୍ତ ଗାଡି ଅଟକାଇବା ପରେ ସେଠାରେ ଛପି ରହିଥିବା ୬ ମୁଖା ପିନ୍ଧା ଯୁବକ ସେଠାରେ ପହଞ୍ଚି ବିରହ ବସନ୍ତଙ୍କ ମୁଣ୍ଡରେ ବନ୍ଧୁକ ସହ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଛଡାଇ ନେଇ ଚାଲି ଯାଇଥିଲେ ବୋଲି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ବିରହ ବସନ୍ତ ଶତପଥୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬୩୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ପକ୍ଷରୁ ଡ୍ରାଇଭର ବିରହ ବସନ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଛାନଭିନ୍ନ କରିବା ବେଳେ ବିରହ ବସନ୍ତ ସଠିକ ଭାବେ ଘଟଣା ସ୍ଥଳ ସହ ଘଟିଥିବା ଘଟଣା ନେଇ ପୁଲିସକୁ ଉତ୍ତର ଦେଇ ପାରିନଥିଲା। ବିରହ ବସନ୍ତଙ୍କୁ ଥାନାରେ ପଚରା ଉଚରା ସମୟରେ ଲୋଭରେ ବଶବର୍ତ୍ତୀ ହୋଇ ନିଜେ ହିଁ ଟଙ୍କାକୁ ଘରେ ରଖିଦେଇଥିଲା ଏବଂ ଡକାୟତି ହୋଇଥିବା ମାଲିକଙ୍କୁ ଅବଗତ କରିଥିଲା।
ଘଟଣା ଦିନ ବିରହ ଆଣିଥିବା ୨ ଲକ୍ଷ ୧୦ ହଜାର ଟଙ୍କାକୁ ନିଜେ ରଖିବା ପାଇଁ ଘଟକେଶ୍ବର ରାସ୍ତାରେ ପାଖରେ ରଖିଥିବା ମୋବାଇଲ ଫୋନ ଓ ମନିପର୍ସକୁ ଏକ ବ୍ରିଜ ନିକଟରେ ଫୋପାଡି ଏହିପରି ନାଟକ ରଚିଥିଲେ ବୋଲି ନିଜେ ବିରହ ବସନ୍ତ ପୁଲିସ ଆଗରେ ସ୍ବିକାର କରିଥିଲେ। ପୁଲିସ ପକ୍ଷରୁ ବିରହ ବସନ୍ତଙ୍କ ଘରେ ଚଢ଼ାଉ କରି ଲୁଟ ହୋଇଥିବା ୨ ଲକ୍ଷ ୧୦ ହଜାର ଜବତ କରିବା ସହ ମାଲିକ ପ୍ରଦିପ କୁମାର ବେହେରାଙ୍କୁ ହସ୍ତାନ୍ତର କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories