ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲା, ଜଣେ ଗିରଫ

ଗୋପାଳପୁର: ପୂର୍ବଶତ୍ରୁତାକୁ କେନ୍ଦ୍ର ଦୁଇ ଗୋଷ୍ଠୀ ମଧ୍ୟରେ  ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣାରେ ପୋଲିସ ଆଜି ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା ଗ୍ରାମର ଘନଶ୍ୟାମ ପ୍ରଧାନ(୨୨) ବୋଲି ପୁଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ ଗତ ନଭେମ୍ବର ୩୦ତାରିଖ ସନ୍ଧ୍ୟାରେ ଗୋଳନ୍ଥରାର ନିଗମ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ଗୋଳନ୍ଥରା ଚଟି ଖେଳ ପଡିଆକୁ ଯାଉଥିବା ବେଳେ ଅପର ଗୋଷ୍ଠୀ ଘନଶ୍ୟାମ ପ୍ରଧାନ ସହ ପୂର୍ବ ଶତ୍ରୁତାକୁ ନେଇ  ଯୁକ୍ତି ତର୍କ ହୋଇଥିଲା। ଘଟଣାର କିଛି ସମୟ ପରେ ଗୋଳନ୍ଥରା ଚଟି ଛକ ଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହଁ ମୁହିଁ ହୋଇ ମାର ପିଟ ହୋଇଥିଲା । ଏଥିରେ ନିଗମ ଗୁରୁତ୍ୱର ଆହତ ହୋଇଥିବା ବେଳେ ଘନଶ୍ୟାମ ମଧ୍ୟ୍ୟ ଆହତ ହୋଇଥିଲେ। ଆହତ ନିଗମକୁ ପରିବାର ବର୍ଗଙ୍କ ପକ୍ଷରୁ ପ୍ରଥମେ  ଗିରିସୋଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ହେବାରୁ ନିଗମକୁ  ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ନେଇ ଘନଶ୍ୟାମଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।
ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬୨୪/୨୩ରେ ତିନି ଜଣଙ୍କ ନାମରେ  ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ଏଥି ସହ ନିଗମ ଚିକିତ୍ସିତ ହେବା ପରେ ଗୋଳନ୍ଥରା ଥାନାରେ ଘନଶ୍ୟାମ ଓ ତାଙ୍କ ଅନ୍ୟ ସହଯୋଗୀଙ୍କ ନାମରେ ତାଙ୍କୁ ଛୁରୀ ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ କରିବା ସହ  ପକେଟରେ ଧରିଥିବା ୨୦ ହଜାର ଟଙ୍କା ଛଡେଇ ନେଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ  ଅଭିଯୋଗ କୁ ଭିତ୍ତି କରି ୬୨୬/୨୩ 62ରେ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲ। ଗୁରୁବାର ଘନଶ୍ୟାମକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଉଭୟ ମାମଲା ରେ ସମ୍ପୃକ୍ତ ରହିଥିବା ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି। ଖୁବ ଶୀଘ୍ର ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.