www.samajalive.in
Sunday, December 7, 2025
23.1 C
Bhubaneswar

ଲୋକଙ୍କ କାମରେ ଲାଗୁନି ସରକାରୀ ଯୋଜନା; ମନ୍ତୀଡି ଗ୍ରାମ୍ୟ ପ୍ରମୋଦ ଉଦ୍ୟାନରେ ପଡ଼ଛି ତାଲା

ଗୋପାଳପୁର: ଗାଁକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯାଉଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଉଥିବା ପଞ୍ଚାୟତ ପକ୍ଷରୁ ଯୋଜନା ପ୍ରସ୍ତୁତ ପରେ ଉଚିତ ରକ୍ଷଣାବେକ୍ଷଣ ସହ ସଠିକ ଭାବେ ବ୍ୟବହାର କରାଯାଉନଥିବାରୁ ଉକ୍ତ ଯୋଜନା ଗୁଡିକ ଲୋକଙ୍କ ବ୍ୟବହାରରେ ଲାଗି ପାରୁନଥିବା ଅଭିଯୋଗ ହୋଇଛି । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତୀଡି ପଞ୍ଚାୟତରେ ପ୍ରାୟ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ଖର୍ଚ୍ଚ କରାଯାଇ ଦୁଇଟି ଗ୍ରାମ୍ୟ ପ୍ରମୋଦ ଉଦ୍ୟାନ ଗତ ୨୦୧୨ ମସିହାରେ ନିର୍ମାଣ କରାଯାଇଥିଲା । ଉଦ୍ୟେଶ ରହିଥିଲା ଅଞ୍ଚଳର ଶିଶୁ ସମେତ ବୟସ୍କ ମାନେ‌ ସକାଳ ସନ୍ଧ୍ୟାରେ ପାର୍କକୁ ଯିବା ସହିତ ପାର୍କରେ ଲାଗିଥିବା ବିଭିନ୍ନ ଖେଳ ସାମଗ୍ରୀର ମଜ୍ଜା ନେଇ ପାରିବେ ।

ଏଥି ସହ ଏହି ଦୁଇଟି ପାର୍କ ଭୈରବୀ ମନ୍ଦିର ସନ୍ନିକଟ ଅଞ୍ଚଳରେ କରାଯାଇ ଥିବାରୁ ଏଠାକୁ ପ୍ରତି ସଂକ୍ରାନ୍ତି ଓ ରବିବାର ସମେତ ଛୁଟି ଦିନ ମାନଙ୍କରେ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ପାର୍କିର ମଜ୍ଜା ନେଇ ପାରିବେ। ଦୁଃଖର କଥା ପାର୍କ ନିର୍ମାଣ ସରିଲା, କିଛି ଦିନ ଲୋକଙ୍କ ବ୍ୟବହାରରେ ଆସିଲା, କିନ୍ତୁ ଏବେ ପାର୍କର ମୁଖ୍ୟ ଫାଟକରେ ତାଲା ପଡି ରହୁଥିବା ବେଳେ ପାର୍କ ପରିସରରେ ଲତା ଗଛ ଉଠି ସାରିଲାଣି, ଏଥି ସହ ପାର୍କକୁ ଯିବା ନିମନ୍ତେ ମଧ୍ୟ ଉପଯୁକ୍ତ ରାସ୍ତା ଟିଏ ମଧ୍ୟ ନଥିବାର ଦେଖିବାକୁ ମିଳିଛି । ଏଠିକାର ପଞ୍ଚାୟତ ପ୍ରତିନିଧି ମାନେ ବିଭିନ୍ନ ଯୋଜାନ ପ୍ରଣୟନ କରି ନିଜ ନିଜର ପିସି ପାଇବା ପରେ ସେ ଯୋଜନା ଠିକଠାକ ଅଛି କି ନାହିଁ ଦେଖିବା କିମ୍ବା ଜାଣିବା ପାଇଁ ଆଗଭର ହୋଇ ନଥାନ୍ତି, ଯାହାଫଳରେ ଅନେକ ସମ୍ପୂର୍ଣ୍ଣ ହୋଇଯାଇଥିବା ଯୋଜନା ଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣ କିମ୍ବା ବ୍ୟବହାର ହେଉନଥିବାରୁ ନଷ୍ଟ ହେବାକୁ ବସିଲାଣି ବୋଲି ମତପୋଷଣ କରିଛନ୍ତି ।

- Advertisement -

ଏହା ସହ ଏହି ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ସିଏଚ ଉଷାରାଣୀ ଦ୍ବିତୀୟ ଥର ନିମନ୍ତେ ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଏଠିକାର ସରପଞ୍ଚ ପ୍ରଶାନ୍ତ ଦାସ ମଧ୍ୟ ଦ୍ବିତୀୟ ଥର ନିମନ୍ତେ ସରପଞ୍ଚ ଭାବେ ଏଠାରେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସରପଞ୍ଚ ଶ୍ରୀ ଦାସଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ପାର୍କର କାମ ଅସମ୍ପୂର୍ଣ୍ଣ ରହିଥିବା ଯୋଗୁଁ ଏହାକୁ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଖୋଲା ଯାଇ ପାରିନାହିଁ । ଏହା ନେଇ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ଅନୁଦାନ ଆସିଲେ ଏହାର କାମ ସମ୍ପୂର୍ଣ୍ଣ କରାଯାଇ ଏହାକୁ ସର୍ବସାଧାରଣ ବ୍ୟବହାର ନିମନ୍ତେ ଖୋଲାଯିବ ବୋଲି ମତପ୍ରକାଶ କରିଛନ୍ତି । ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories