www.samajalive.in
Monday, December 15, 2025
27.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁପଳତି ଚୟନ ପ୍ରକିୟା, ୧୪ ଆଶାୟୀଙ୍କ ସାକ୍ଷାତକାର ଅନୁଷ୍ଠିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ କୁପଳତି ଚୟନ ପ୍ରକିୟା ଚାଲୁ ରହିଥିବା ବେଳେ ମଙ୍ଗଳବାର ଭୂବନେଶ୍ବର ଠାରେ ସର୍ଟ ଲିଷ୍ଟେଡ ହୋଇଥିବା ପ୍ରାର୍ଥୀମାନଙ୍କ ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ମେ ପ୍ରଥମ ସପ୍ତାହରେ ନୂତନ କୁଳପତିଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି। ଏହା ମଧ୍ୟରେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୩୦ ତାରିଖ ଅପରାହ୍ନରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଅନ୍ୟ ଆଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ଅତିରିକ୍ତ ଦାୟିତ୍ବରେ ରହିବେ ବୋଲି ବିଞପ୍ତି ପ୍ରକାଶ ପାଇଛି।

ମଙ୍ଗଳବାର ସର୍ଟ ଲିଷ୍ଟେଡ ହୋଇଥିବା ୧୪ ଜଣ ଆଶାୟୀ କୁଳପତି ପ୍ରାର୍ଥୀଙ୍କ ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ ଜଣଙ୍କୁ ଚୟନ କରାଯାଇ କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ‌ କରାଯିବ। ଏହା ପରେ କୁଳାଧିପତି ୩ ଜଣଙ୍କ ମଧ୍ୟରୁ ଜଣକୁ କୁଳପତି ଭାବେ ଚୟନ କରିବେ ବୋଲି ଜଣାପଡିଛି। ଏହା ସହ ବିଶ୍ବ ବିଦ୍ୟାଳୟ ଅର୍ଥ ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଥିବା ତୁଷାର କାନ୍ତି ଖଟୁଆଙ୍କୁ ଇତିମଧ୍ୟରେ ବଦଳି କରାଯାଇଥିବା ବେଳେ ବେଳେ ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେଜରୀର ଟ୍ରେଜରି ଅଫିସର ଥିବା ଅଶୋକ କୁମାର ଧାଙ୍ଗଡାମାଝୀଙ୍କୁ ଅର୍ଥ ନିୟନ୍ତ୍ରକ ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହ ଗଜପତି ଜିଲ୍ଲାରେ ଏଡିଏମ ଦାୟିତ୍ଵରେ ଥିବା ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସମସ୍ତେ ଆସନ୍ତା ୩୦ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories