OMC 1 banner

କେ.ଭି. ଡିଗ୍ରୀ କଲେଜ ଏକାଡେ଼ମିକ ବିଲଡିଂର ଭିତ୍ତିପ୍ରସ୍ଥର ସ୍ଥାପନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳର ସର୍ବପୁରାତନ ମହାବିଦ୍ୟାଳୟର ଏକାଡେ଼ମିକ ବିଲଡିଂର ନିର୍ମାଣ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଏକ ବର୍ଷ ମଧ୍ୟରେ ସମାପ୍ତ ହେବାକୁ ଥିବା ବେଳେ ଏହାପରେ ଶ୍ରେଣୀ ଗୃହ ସମସ୍ୟା ଦୂର ହେବ ବୋଲି ମହାବିଦ୍ୟାଳୟ ଅଧକ୍ଷ ସତ୍ୟବ୍ରତ ମିଶ୍ର ପ୍ରକାଶ କରିଛନ୍ତି। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଶହ ଜିଲ୍ଲା ପାଳ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସଂଗେ ସଂଗେ ସେମାନଂକୁ ଆତ୍ମନିର୍ଭର ହେବାର ପ୍ରଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଜମିଜମା ସମସ୍ୟାର ସମାଧାନ ଓ ଏକ ସୌର ଶକ୍ତି କେନ୍ଦ୍ର କଲେଜରେ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଗଣ। ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅର୍ଜୁନ ବେହେରା, ଏସ. ଡି. ଓ ଏସ. ପାତ୍ରୋ, ଥାନା ଅଧିକାରୀ ସତ୍ୟଜିତ କନ୍ଦାନକେଲ ପ୍ରମୁଖଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟ ତରଫରୁ ଅଧକ୍ଷ ମିଶ୍ର ଏକ ସ୍ମୃତି ଫଳକ ପ୍ରଦାନକରି ଥିଲେ।

Comments are closed.