www.samajalive.in
Sunday, December 7, 2025
23.1 C
Bhubaneswar

ପହିଲାରେ ଗୋପାଳର ମାନସିକ ଯାଞ୍ଚ ଶୁଣାଣି

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜିଲା ଓ ଦୌରା ଅଦାଲତରେ କରିଥିବା ଆବେଦନର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧ ତାରିଖରେ ହେବ। ଅଭିଯୁକ୍ତର ମାନସିକ ସ୍ଥିତି ବେଙ୍ଗାଲୁରୁର ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ସଂସ୍ଥାନ (ନିମହାନ୍ସ)ରେ ଯାଞ୍ଚ ସକାଶେ କ୍ରାଇମବ୍ରାଞ୍ଚ ଗତ ୨୧ ତାରିଖ ଜିଲା ଅଦାଲତରେ ଆବେଦନ କରିଥିଲା। ଆଜି ଜିଲା ଅଦାଲତରେ ଏହି ମାମଲା ଦାଖଲ ହେବା ସହ ବିଚାରପତି ଜିଲା ଓ ଦୌରାଜଜ ଏହି ଆବେଦନ ଗ୍ରହଣ କରିଥିଲେ। ଏବେ ୧ ତାରିଖ ଅଦାଲତ କି ନିର୍ଦେଶ ଦେଉଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ଗତ ୨୦ ତାରିଖ କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି)ଙ୍କ ଅଦାଲତରେ କରାଯାଇଥିବା ଆବେଦନ ଖାରଜ ହୋଇଥିଲା। ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିବାକୁ ଗଠିତ ମେଡ଼ିକାଲ ବୋର୍ଡ ବିଭିନ୍ନ ପରୀକ୍ଷା‌ କରିବା ସତ୍ତ୍ବେ କୌଣସି ନିର୍ଣ୍ଣାୟକ ନିଷ୍କର୍ସରେ ପହଞ୍ଚି ନ ପାରିବାରୁ ବାଙ୍ଗାଲୁରୁର ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ସଂସ୍ଥାନ (ନିମହାନ୍ସ)ରେ ଅଧିକ ପରୀକ୍ଷା କରିବାର ଆବଶ୍ୟକତା ଦର୍ଶାଯାଇଥିଲା।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories