ଶ୍ରାଦ୍ଧୋତ୍ସବରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି
ଡେସ୍କ : ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ଅବସରରେ ଆଜି ତାଙ୍କ କୀର୍ତ୍ତି ଓ କୃତିକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
ରବିବାର ପୂର୍ବାହ୍ନରେ କଟକ ବକ୍ସି ବଜାର ଗୋପବନ୍ଧୁବାଗ, ବାରବାଟୀ ଷ୍ଟାଡିୟମ ଏବଂ ଗୋପବନ୍ଧୁ ଭବନସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଲୋକସେବକ ମଣ୍ଡଳ ଓଡ଼ଶା ଶାଖା ଓ ସମାଜର ବିଭିନ୍ନ ବର୍ଗ ଓ ସଂଗଠନର ଲୋକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମହାନଦୀ ଗଡଗଡେଶ୍ବର ଘାଟରେ ତିଳତର୍ପଣ କରାଯାଇଥିଲା । ପରେ ଗୋପବନ୍ଧୁ ଭବନ (ସମାଜ କାର୍ଯ୍ୟାଳୟ) ପରିସରରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ଶ୍ରଦ୍ଧାଞ୍ଜଳି ସଭା ଆୟେଜିତ ହେଉଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଓ ଭାରତୀୟ ପ୍ରତ୍ନତତ୍ବ ବିଭାଗ ନୂଆଦିଲ୍ଲୀର ମହାନିର୍ଦେଶକ ପ୍ରଫେସର କିଶୋର କୁମାର ବାସା ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Comments are closed.