www.samajalive.in
Wednesday, December 10, 2025
15.1 C
Bhubaneswar

୧୧ ସନ୍ତାନ ଜନ୍ମଦେଲା​ ପରେ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଇଥିଲା ସ୍ବାମୀ, ଗୋପବନ୍ଧୁ ସେବାକେନ୍ଦ୍ର ମଧ୍ୟସ୍ଥତାରେ ଜାନକୀଙ୍କ ଘରବାହୁଡ଼ା

ଭୁବନେଶ୍ବର: କେନ୍ଦୁଝର ଜିଲା ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଡିମିରିଆ ଗାଁ ଘଟିଥିବା ଅଭାବନୀୟ ଘଟଣାର ଆଜି ପରିସମାପ୍ତ ଘଟିଛି। ସ୍ୱାମୀ ଘରୁ ତଡ଼ି ଦେଇଥିବା ୧୧ ସନ୍ତାନର ଜନନୀ ଜାନକୀ ଦେହୁରି ଆଜି ଘରକୁ ଫେରିଛନ୍ତି। ୧୧ଜଣ ସନ୍ତାନକୁ ଜନ୍ମଦେଲାପରେ ସ୍ତ୍ରୀ ଜାନକୀଙ୍କୁ ଘରୁ ତଡ଼ି ଦେଇଥିଲେ ସ୍ବାମୀ ରବି ଦେହୁରୀ। ଗୋପବନ୍ଧୁ ସେବାକେନ୍ଦ୍ର ମଧ୍ୟସ୍ଥତାରେ ୫ଦିନ ଧରି ଘର ବାହାରେ ରହୁଥିବା ୧୧ଟି ସନ୍ତାନର ଜନନୀ ଜାନକୀଙ୍କ ଘରବାହୁଡ଼ା ହୋଇଛି।

ଡିମିରିଆ ଗାଁର ରବି ଦେହୁରୀଙ୍କ ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ଜାନକୀ, ଯିଏ ୧୧ଟି ସନ୍ତାନର ଜନନୀ। ସ୍ୱାମୀଙ୍କ ବୟସ ୫୭ ଓ ସ୍ତ୍ରୀ ଜାନକୀ ବୟସ ମାତ୍ର ୩୬ ବର୍ଷ। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ଜାନକୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଜାନକୀଙ୍କ ଗର୍ଭରୁ ବର୍ତ୍ତମାନ ସୁଦ୍ଧା ୧୧ଜଣ ସନ୍ତାନ ଜନ୍ମ ହୋଇଛନ୍ତି। ବଡ଼ ଝିଅର ବୟସ ୧୭ ବର୍ଷ ହୋଇଥିବାବେଳେ ସାନର ବୟସ ମାତ୍ର ୨୭ଦିନର। ଆର୍ଥିକ ପରିସ୍ଥିତି ଅତି ଦୟନୀୟ ହୋଇଥିଲେ ବି ରବି ଦେହୁରୀ ପିଲା ପରେ ପିଲା ଜନ୍ମ ପାଇଁ ଜାନକୀଙ୍କୁ ଏକପ୍ରକାର ବାଧ୍ୟ କରୁଥିଲା ।

- Advertisement -

ଜାନକୀଙ୍କ ଗୋଟିଏ ପିଲାର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଜୀବିତ ଅଛନ୍ତି। ତେବେ ଶେଷ ପିଲା ଜନ୍ମ ପରେ ଆଶା ଦିନି ପ୍ରସ୍ତାବକୁ ମାନିନେଇ ଜାନକୀ ଏବଂ ଗତ ୧୪ ତାରିଖରେ ନିଜ ଇଚ୍ଛାରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲା। ଏହା ଜାଣିବା ପରେ ସ୍ୱାମୀ ରବି ଦେହୁରୀ ରାଗି ଯାଇ ସ୍ତ୍ରୀ ଜାନକୀକୁ ଘରୁ ତଡ଼ି ଦୋବ ସହ ଘରେ ପଶିଲେ ମାରିଦେବାକୁ ଧମକ ଦେଇଥିଲା। ବାଧ୍ୟ ହୋଇ ଜାନକୀ ୭୨ଘଣ୍ଟା ଧରି ଏକ ଆମ୍ବଗଛମୂଳେ ଦୟନୀୟ ଭାବେ ଆଶ୍ରୟ ନେଇଥିଲା।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହାପରେ ଡା.ପ୍ରୀତିଶ ଆଚାର୍ଯ୍ୟ ଓ ଡା.ସୁଧାକର ଖିଲାର ପ୍ରମୁଖଙ୍କ ଅଧୀନରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶ୍ରୟ ଦିଆଯାଇଥିଲା।

ଖବର ପାଇ ଲୋକସେବକ ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡା.ପ୍ରୀତିଶ ଆଚାର୍ଯ୍ୟ ଓ ଡା.ସୁଧାକର ଖିଲାର ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ଏହାସହ ‘ସମାଜ’ ରିଲିଫ ଦ୍ୱାରା ପରିଚାଳିତ ଗୋପବନ୍ଧୁ ସେବା କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ନେତୃତ୍ବରେ ଏକ ଟିମ ତେଲକୋଇ ଯାଇ ସେଠାରେ ପୀଡ଼ିତା ଜାନକୀଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ଆଶ୍ୱାସନା ଦେଇଥିଲେ।

ସଂଯୋଜକ ରାଜଶ୍ରୀ ଉପାଧ୍ୟାୟଙ୍କ ନେତୃତ୍ୱରେ ରୂପଶ୍ରୀ ଗନ୍ତାୟତ ଓ ବୈଶାଳୀ ପ୍ରିୟଦର୍ଶିନୀ, ସାଇପ୍ରଭା ରାଉତଙ୍କ ସହ ଜାନକୀ ଆଲୋଚନା କରିଥିଲେ। ସେମାନେ ଜାନକୀଙ୍କ ସ୍ୱାମୀ ରବି ଦେହୁରୀଙ୍କୁ ବୁଝାସୁଝା କରିଥିଲେ। ଏଥିସହିତ ଜାନକୀ ଓ ସନ୍ତାନମାନଙ୍କୁ ନେଇ ରିଲିଫ ଟିମ ରବି ଦେହୁରୀଙ୍କ ପରିବାରରେ ଥଇଥାନ କରିଥିଲେ। ପୁଣି ନିଜ ଘରକୁ ଫେରିଥିବାରୁ ଜାନକୀ ଖୁସି ପ୍ରକାଶ କରିଥିଲେ।

ଏହି ଅବସରରେ ‘ସମାଜ’ ରିଲିଫ ପକ୍ଷରୁ ୫୫୦୦ଟଙ୍କା ସହାୟତା ଯୋଗାଇ ଦିଆଯାଇଛି ଓ ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories