ଗୁଗଲ ମିଟରେ ପରିବର୍ତ୍ତନ ! ଆସିଲା ନୂଆ ଫିଚର୍ସ

ନୂଆଦିଲ୍ଲୀ : ଗୁଗଲ ମିଟ୍ ଏକ ଭିଡିଓ କନ୍ଫ୍ରେସିଂ ଆପ୍, ଯାହାକୁ ପ୍ରାୟତଃ ସମସ୍ତେ ବ୍ୟବହାର କରନ୍ତି । ଗୁଗଲ ମିଟ୍ ଆପରେ ପୂର୍ବରୁ ଅନେକ ଫିଚର୍ସ ମିଳୁଛି । କମ୍ପାନୀ ଉପଭୋକ୍ତାଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ କରିବା ପାଇଁ ଲଗାତର ଏଥିରେ ଅପଡେଟ୍ସ ଆଣୁଛି । ଏବେ ଏହି ଆପ ମିଟିଂ ରେକର୍ଡିଂ କ୍ବାଲିଟିକୁ ଉତ୍ତମ କରିବା ପାଇଁ ନୂଆ ଅପଡେଟ୍ ଆଣୁଛି । ପୂର୍ବରୁ ଏହି ରେକର୍ଡିଂ ମାତ୍ର ୭୨୦ପିକ୍ସେଲରେ ହେଉଥିଲା କିନ୍ତୁ ଏବେ ଆପଣ ଏହାକୁ ୧୦୮୦ ପିକ୍ସେଲ ରିଜୋଲ୍ୟୁସନରେ ମିଟିଂ ରେକର୍ଡ କରିପାରିବେ । ଏଥିରେ ମିଟିଂ ରେକର୍ଡିଂ ଅଧିକ ସ୍ପଷ୍ଟ ଦେଖାଯିବ । ଖାସ୍ କରି ପ୍ରେଜେଣ୍ଟେସନ ସମୟରେ ଫଟୋ ଏବଂ ଲେଖାଗୁଡିକ ଦେଖିବାରେ ସହଜ ହେବ ।

ଏହି ଅପଡେଟ୍ ସହିତ ଉପଭୋକ୍ତାଙ୍କୁ ଫୁଲ ଏଚଡି ଭିଡିଓ ସପୋର୍ଟ ମଧ୍ୟ ମିଳିବ । ଯେଉଁ ଉପଭୋକ୍ତାଙ୍କ ଡିଭାଇସରେ ୧୦୮୦ ପିକ୍ସେଲ କ୍ୟାମେରା ରହିଛି ସେମାନଙ୍କ ପାଇଁ ଏବେ ଫୁଲ ଏଚଡି ଭିଡିଲ କଲର ମଧ୍ୟ ବିକଳ୍ପ ରହିଛି । ପୂର୍ବରୁ କେବଳ ୭୨୦ ପିକ୍ସେଲ ଭିଡିଓ କଲ୍ ହୋଇପାରୁଥିଲା । ତେବେ ଏହି ଫିଚର ଏବେ ଡିଫଲ୍ଟ ରୂପେ ଅନ୍ ନାହିଁ । ୟୁଜର୍ସ ଏହାକୁ ସେଟିଂକୁ ଯାଇ ନିଜେ କରିପାରିବେ ।

Comments are closed.