ବୈଷୟିକ ତୃଟି ପାଇଁ ରେଳଫାଟକ ସମ୍ମୁଖରେ ଅଟକି ରହିଲା ମାଲ ବୋଝେଇ ଟ୍ରେନ

ନାହିଁ ନଥିବା ଅସୁୂବିଧାର ସମ୍ମୁଖିନ ହେଲେ ଲୋକ

ଗୁରୁଡିଝାଟିଆ : ଘଣ୍ଟିଖାଲରୁ ଖୁଣ୍ଟୁଣୀ ଯିବା ରାସ୍ତାରେ ଥିବା ଏକ ଲେବୁଲକ୍ରସିଂ ନିକଟରେ ହଠାତ୍ ଏକ ମାଲବୋଝେଇ ଟ୍ରେନଟି ଦୀର୍ଘ ସମୟ ଧରି ଅଟକି ରହିଥିଲା । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଦୀର୍ଘ ସମୟ ଧରି ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଧରି ରେଳ ଗାଡିଟି ଅଟକି ରହିବା ସାଧାରଣ ଜନତାଙ୍କୁ ଦେଇଥିଲା ଅକଥନୀୟ ଯନ୍ତ୍ରଣା। ଅସହ୍ୟ ଖରାରେ ଦୁଇଚକିଆ ଗାଡିଚାଳକ ଓ ମାଲ ବୋଝେଇ ଟ୍ରକ ଗୁଡିକର ଚାଳକମାନେ ଏକପ୍ରକାର ସିଝିଥିଲେ। କେତେକ ବାଇକ ଚାଳକ ବାଧ୍ୟ ହୋଇ ୧୫ କିଲୋମିଟର ବୁଲି ଖୁଣ୍ଟୁଣୀ ଛେନାଖିଆ ନୁଆଗାଁ ମାଧପୁର ଦେଇ ନିଜ ଗାଁକୁ ଯାଉଥିବାବେଳେ ଆଉକେତକ କପୁରସିଂ-ବ୍ରାହ୍ମଣବସ୍ତ ଦେଇ ଯିବା ପାଇଁ ବାଧ୍ୟ ହୋଇଥିଲେ । ଘଟଣାସଂପର୍କରେ ଜନୈକ ରେଳ କର୍ମଚାରୀଙ୍କୁ ପଚାରିବାରୁ ନିଜର ନାମ ପ୍ରକାଶ ନକରି କହିଥିଲେ ସିଗନାଲର ତ୍ରୁଟି ବିଚ୍ୟୁତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହାଇଛି।

kalyan agarbati

Comments are closed.