୩ କେଜି ସୁନା ଗହଣା ଲୁଟ ଘଟଣା- ୨ ଲୁଟେରା ଗିରଫ

ଗୁଣୁପୁର – ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଏପ୍ରିଲ ୨୬ ତାରିଖରେ ଗୁଣୁପୁର ଏସ ଏସ ଜୁଏଲେରୀ ମାଲିକ ଏସ ବାବା ପ୍ରସାଦ ନିଜ ଦୋକାନ ଖୋଲିବାକୁ ଯାଉଥିବା ବେଳେ ଏକ କଳା ପଲସର ବାଇକ ରେ ଦୁଇଜଣ ଦୁର୍ବୃତ୍ତ ତାଙ୍କଠାରୁ ସୁନା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଚାଲିଯାଇଥିଲେ ।

ବ୍ୟାଗରେ ୩ କେଜି ଓଜନର ସୁନା ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଥିବା ବ୍ୟବସାୟୀ ଜଣକ ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ପ୍ରାଥମିକ ତଦନ୍ତ କରି ଏଥିରେ ବଡ଼ ଧରଣର ଗ୍ୟାଙ୍ଗ ଥିବା ଅନୁମାନ କରି ୩ ଟି ଟିମ ଗଠନ କରିଥିଲେ । ଗଞ୍ଜାମ, ଗଜପତି ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ାଉ ଜାରି ରଖିଥିଲେ ।

ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ୨ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଅଭିଯୁକ୍ତ ହେଲେ ଭଞ୍ଜନଗର ଅଞ୍ଚଳର ତରୁଣ ଦାସ ଓ ଯାଜପୁର ଅଞ୍ଚଳର ଅର୍ଜ୍ଜୁନ ପ୍ରଧାନ । ସେମାନଙ୍କ ଠାରୁ ୧ କେଜି ୪୦୦ ଗ୍ରାମ ସୁନା ଗହଣା ଓ ଚୋରି ରେ ବ୍ୟବହୃତ ପଲସର ବାଇକ କୁ ଜବତ କରାଯାଇଛି । ଜବତ ସୁନା ଗହଣା କୁ ଜୁଏଲେରୀ ମାଲିକଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଆଉ ଦୁଇଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ ସମସ୍ତ ଚୋରି ଅଳଙ୍କାର ଉଦ୍ଧାର କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ।

Comments are closed.