ଜଷ୍ଟିସ ରଞ୍ଜନ ଗୋଗେଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି!

0

ନୂଆଦିଲ୍ଲୀ : ଜଷ୍ଟିସ ରଞ୍ଜନ ଗୋଗେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବା ନେଇ ସମ୍ଭାବନା ରହିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ପରବର୍ତ୍ତୀ ପ୍ରଧାନ ବିଚାପତି ହେବା ପାଇଁ ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନାମ ସୁପାରିଶ କରିଛନ୍ତି। ସାମ୍ବିଧାନିକ ନିୟମ ଅନୁସାରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏହି ପଦ ଗ୍ରହଣ କରିଥାଆନ୍ତି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ଘୋଷଣା କରାଯିବାର ଅନୁମାନ କରାଯାଉଛି। ଅକ୍ଟୋବରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କର କାର୍ୟ୍ୟକାଳ ଶେଷ ହେଉଥିବାରୁ ଜଷ୍ଟିସ୍ ରଞ୍ଜନ ଗୋଗେଇ ଅକ୍ଟୋବର ୩ ତାରିଖରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇପାରନ୍ତି।
ବିଚାରପତି ରଞ୍ଜନ ଗୋଗେଇ ପୂର୍ବରୁ ହରିୟାନା ଓ ପଞ୍ଜାବ ହାଇକୋର୍ଟର ମୁଖ୍ୟବିଚାରପତି ରହିସାରିଛନ୍ତି। ୨୦୧୨ ଏପ୍ରିଲ ୨୩ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ମିଳିଥିବା ସୂଚନା ଅନୁସାରେ ରଞ୍ଜନ ଗୋଗେଇ ଏକ ବର୍ଷ, ଏକ ମାସ ୧୪ ଦିନ କାର୍ଯ୍ୟକରି ୨୦୧୯ ନଭେମ୍ବର ୧୭ ତାରିଖରେ ଅବସର ନେବେ।
ସୁପ୍ରିମ କୋର୍ଟ ପ୍ରଧାନବିଚାରପତିି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କ ଚାରିଜଣ ବିଚାରପତି ଅଭିଯୋଗ ଆଣିଥିଲେ। ଏହି ଚାରିଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ରଞ୍ଜନ ଗୋଗେଇ ରହିଥିଲେ। ପ୍ରଧାନବିଚାରପତି ଦୀପକ ମିଶ୍ର ଅକ୍ଟୋବର ୨ ତାରିଖରେ ଅବସର ନେବାକୁ ଯାଉଛନ୍ତି।

Leave A Reply