www.samajalive.in
Saturday, December 6, 2025
15.1 C
Bhubaneswar

ଠାକୁରଙ୍କୁ ଫୁଲ ଅର୍ପଣ କରିବାର ମହତ୍ତ୍ବ

ଫୁଲ ଆମର ସମସ୍ତ କାର୍ଯ୍ୟରେ ଲାଗିଥାଏ। ଫୁଲ ଆମର ଶ୍ରଦ୍ଧା ଓ ଭାବନାର ପ୍ରତୀକ ଅଟେ। ଏହା ସମସ୍ତଙ୍କର ମାନସିକ ସ୍ଥିତି ବିଷୟରେ ଜଣାଇଥାଏ। ଫୁଲର ଭିନ୍ନ ଭିନ୍ନ ରଙ୍ଗ ଓ ସୁଗନ୍ଧ ସମସ୍ତଙ୍କ ମଧ୍ୟରେ ଅଲଗା ପ୍ରଭାବ ସୃଷ୍ଟି କରିଥାଏ। ପୂଜାରେ ସଠିକ ରଙ୍ଗ ଓ ଫୁଲ ବ୍ୟବହାର କରିବା ଦ୍ବାରା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ।

ଧାର୍ମିକ ଭାବନା ଓ ମାନ୍ୟତା ଅନୁଯାୟୀ, ପୂଜା ଓ ଯେକୌଣସି ଉତ୍ସବରେ ଫୁଲର ବ୍ୟବହାର କରାଯାଇଥାଏ। ଏହାଦ୍ବାରା ଈଶ୍ବରଙ୍କ କୃପା ଖୁବ୍ ଶୀଘ୍ର ମିଳିଥାଏ। ଭିନ୍ନ ଭିନ୍ନ ଫୁଲର ବ୍ୟବହାର ଦ୍ବାରା ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ ..

- Advertisement -

ଭଗବାନ ବିଷ୍ଣୁଙ୍କୁ ନିୟମିତ ରୂପେ ହଳଦିଆ ରଙ୍ଗର ଗେଣ୍ଡୁ ଫୁଲ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ସନ୍ତାନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ।

ଲକ୍ଷ୍ମୀଙ୍କୁ ନିୟମିତ ରୂପେ ଗୋଲାପ ଫୁଲ ଅର୍ପଣ କରିବା ଦ୍ବାରା ଆର୍ଥିକ ସ୍ଥିତିରେ ଭଲ ହୋଇଥାଏ। ଏହାସହ ଗୋଲାପ ଫୁଲ ଦେବା ଦ୍ବାରା ସମ୍ପର୍କ ଦୃଢ ହୋଇଥାଏ।

ଯେକୌଣସି ଏକାଦଶୀରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁଇଟି ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବ।

ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ବାରା ବ୍ୟବସାୟ ଓ ଧନସମ୍ପତ୍ତିରେ ଉନ୍ନତି ହୋଇଥାଏ।

ଦେବୀଙ୍କୁ ନିୟମିତ ରୂପେ ମନ୍ଦାର ଫୁଲ ଅର୍ପଣ କରିବା ଦ୍ବାରା ଶତ୍ରୁ ଓ ବିରୋଧୀଙ୍କ ଠାରୁ ମୁକ୍ତି ମିଳିଥାଏ।

ସୂର୍ଯ୍ୟଙ୍କୁ ନିୟମିତ ରୂପେ ଜଳ ଅର୍ପଣ କରିବା ଦ୍ବାରା ଯଶ ପ୍ରାପ୍ତି ହୋଇଥାଏ।

ଜଳରେ ଧଳା ରଙ୍ଗର ଫୁଲ ପକାଇ ଚନ୍ଦ୍ରମାଙ୍କୁ ଅର୍ପଣ କରିବା ଉଚିତ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories