www.samajalive.in
Monday, December 15, 2025
24.1 C
Bhubaneswar

ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଗୋବିନ୍ଦା

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଅଭିନେତାଙ୍କ ଅନେକ ଡାକ୍ତରୀ ପରୀକ୍ଷା କରାଯାଇଛି। ଏବେ ଏକ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନଜର ରଖିଛନ୍ତି।

ଗୋବିନ୍ଦାଙ୍କ ବନ୍ଧୁ ଏବଂ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ କହିଛନ୍ତି, “ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ଔଷଧ ଦିଆଯାଇଥିଲା । ଏବଂ ଗତକାଲି ରାତି ୧ଟାରେ ହସ୍ପିଟାଲର ଏମରଜେନ୍ସିରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ସବୁ ଜଣାପଡ଼ିବ। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବାକୁ ସେ ମନା କରିଛନ୍ତି। ଗୋବିନ୍ଦା ଗୋଟିଏ ଦିନ ତଳେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ଯାଇଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories