ନୟାଗଡ଼: ନୟାଗଡ ଜିଲ୍ଲା ଟାଉନ ଥାନା ସୋଲପଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼ ହୋଇଛି। ଏହି ଘଟଣାରେ ୩ ଜଣ ଗ୍ରାମବାସୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏହି ଘଟଣାରେ ଗ୍ରାମବାସୀମାନେ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ଗତକାଲି ରାତିରେ ୪ ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ଡକାୟତି ଉଦ୍ୟମ କରିଥିଲେ। ଲୁଟ୍ ଉଦ୍ଦେଶ୍ୟରେ ଭାଟସାହି ଗାଁ ଭିତରକୁ ପଶିଥିଲେ। ଗାଁ ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲେ। ପରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା।
ପରେ ଦୁର୍ବୁତ୍ତମାନେ ଖସିଯିବାକୁ ଉଦ୍ୟମ କରିବାକୁ ବୋମାମାଡ କରିଥିଲେ। ଏଥିରେ ୩ ଗ୍ରାମବାସୀ ଆହତ ହୋଇଥିଲେ। ତେବେ ଗ୍ରାମବାସୀମାନେ ଜଣେ ଦୁର୍ବୃତ୍ତକୁ କାବୁ କରି ପୁଲିସର ଜିମା ଦେଇଥିବାବେଳେ ଅନ୍ୟ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କାବୁ ହୋଇଥିବା ବ୍ୟକ୍ତି ଜଣକ ହେଲେ କଇଥଗାଡିଆ ଗାଁର ଅକୃର ପ୍ରଧାନ ବୋଲି ଜଣାପଡିଛି । ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଡକାୟତି ଉଦ୍ୟମ ବିଫଳ ହେବାରୁ ବୋମାମାଡ଼: ୩ ଗୁରୁତର
Popular Categories



