www.samajalive.in
Friday, December 5, 2025
23.1 C
Bhubaneswar

ବିଧାନସଭା ଆଗରେ ବିକ୍ଷୋଭ କରିବ ଶ୍ରମିକ ସଙ୍ଗଠନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ‌୍‌ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଆସନ୍ତା ଡିସେମ୍ବର ୩ରୁ ୫ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ। ଶ୍ରମିକଙ୍କୁ ଦୈନିକ ୧୦ ଘଣ୍ଟା କାର୍ଯ୍ୟ ଓ ରାତିରେ ମହିଳାଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବା ଆଦେଶକୁ ତୁରନ୍ତ ବାତିଲ୍‌ କରିବା ଦାବିରେ ଏହି ବିକ୍ଷୋଭ କରାଯିବ।
ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟରେ ଆଇଏନ୍‌ଟିୟୁସି ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୮ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଶ୍ରମମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯିବ ଏବଂ ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସଂଗଠନର ନେତା ଏହି ଧାରଣାରେ ସାମିଲ ହେବେ।

ବୈଠକରେ ଆଇଏନ୍‌ଟିୟୁସି ନେତା ମଦନ ମୋହନ ଧଳ, ଏଆଇଟିୟୁସି ନେତା ବିଜୟ ଜେନା, ଏଚ୍‌ଏମ୍‌ଏସ୍‌ ନେତା ସତ୍ୟ ତ୍ରିପାଠୀ, ସିଆଇଟିୟୁ ନେତା ବିଷ୍ଣୁ ମହାନ୍ତି, ସନ୍ତୋଷ ଦାସ, ଏଆଇୟୁଟିୟୁସି ନେତା ଜୟସେନ ମେହେର, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଟିୟୁସିସି ନେତା ଜ୍ୟୋତିରଞ୍ଜନ ମହାପାତ୍ର, ଏଲପିଏଫ୍‌ ନେତା ମାୟାଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories