www.samajalive.in
Friday, December 5, 2025
23.1 C
Bhubaneswar

ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

ମେଷ:କର୍ମକ୍ଷେତ୍ରରୁ ସଫଳତା ମିଳିବ। ରାଜ ଦରବାରରେ ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ବ୍ୟାପକ ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। କୌଶଳରେ କାର୍ଯ୍ୟ ହାସଲ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କ୍ଷମତାସୀନ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଅତ୍ୟଧିକ ପରିଶ୍ରମ କରି କ୍ଲାନ୍ତ ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଧୈର୍ଯ୍ୟଧରି କାର୍ଯ୍ୟ କରିବା ପାଇଁ ପରାମର୍ଶ ମିଳିବ। ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁଷମ ଭୋଜନ ଖାଇ ଆନନ୍ଦିତ ହେବେ। ପତ୍ନୀ ସହାୟିକା ହେବେ।
ସିଂହ: ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଘାତଚନ୍ଦ୍ର ଅଛି।
କନ୍ୟା: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭପ୍ରଦ ହେବ। ପଦୋନ୍ନତି ମିଳିପାରେ। ସୁଖୀ ହେବେ।
ତୁଳା: ପରିଶ୍ରମ ଯେତେ ଅଧିକ ବା କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପର ମୁହୂର୍ତ୍ତରେ ଅବସ୍ଥାର ସୁଧାର ଆସିବ। ଯାନବାହନ ସୁଖ ମିଳିବ।
ବିଛା: ବ୍ୟବସାୟ ଲାଭପ୍ରଦ ହେବ। ପଦୋନ୍ନତି ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଦେବ ଦର୍ଶନ ପାଇ ସନ୍ତୁଷ୍ଟ ହେବେ। ଅଶାନ୍ତି ଦୂର ହେବ।
ଧନୁ: ଭାଗ୍ୟର ପରିବର୍ତ୍ତନ ଘଟିବ। ମନ ପ୍ରସନ୍ନ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ଉପାୟରେ ଧନ ଅର୍ଜନ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ଚତୁର ଓ ସହିଷ୍ଣୁ ହେବେ।
ମକର: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ସ୍ନେହବୋଳା କଥାରେ ପରକୁ ଓ ଅଧସ୍ତନଙ୍କୁ ଆପଣାର କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।
ମୀନ: ଅନୁଗୃହୀତ ହୋଇପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories