www.samajalive.in
Sunday, December 7, 2025
26.1 C
Bhubaneswar

ଗିରିଗୋବର୍ଦ୍ଧନ ପୂଜା ସହ ଭଗବାନ କୃଷ୍ଣଙ୍କ କ’ଣ ରହିଛି ସଂଯୋଗ, ଜାଣନ୍ତୁ ଏହି ପୂଜାର ବିଧି ଓ ଶୁଭ ମୁହୂର୍ତ୍ତ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଗିରିଗୋବର୍ଦ୍ଧନ ପୂଜା କରାଯାଏ। ଦୀପାବଳିର ଠିକ୍ ପର ଦିନ ଅର୍ଥାତ୍ ଆଜି ଅକ୍ଟୋବର ୨୮ରେ ଗିରିଗୋବର୍ଦ୍ଧନ ପୂଜା ପାଳନ କରାଯିବ। କିଛି ଲୋକ ଏହି ଦିନଟିକୁ ଅନ୍ନକୁଟ ନାମରେ ଜାଣନ୍ତି। ଅନ୍ନକୁଟ ଶବ୍ଦର ଅର୍ଥ ହେଉଛି ଅନ୍ନ ସମୂହ। ଏହି ଦିନ ବିଭିନ୍ନ ପ୍ରକାର ଅନ୍ନ ଭଗବାନ କୃଷ୍ଣଙ୍କ ନିକଟରେ ସମର୍ପଣ କରାଯାଇ ବିତରଣ କରାଯାଏ। ତେଣୁ ଏହି ଦିନଟିକୁ ଅନ୍ନକୁଟ ରୂପେ ପାଳନ କରାଯାଏ।
ପୌରାଣିକ ବିଷୟ ବସ୍ତୁ ଅନୁଯାୟୀ, ଏହି ଦିନ ଭଗବାନ କୃଷ୍ଣ ଏକ ଭୟଙ୍କର ବର୍ଷାରୁ ବୃନ୍ଦାବନବାସୀଙ୍କୁ ବଞ୍ଚାଇବା ପାଇଁ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ। ସେହି ଦିନରୁ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋବର୍ଦ୍ଧନ ପୂଜା କରାଯାଏ ।
ଏହି ଦିନ ସଂଧ୍ୟା ସମୟରେ ବିଶେଷ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରାଯାଏ। ହିନ୍ଦୁ ଧର୍ମାବଲାମ୍ବୀମାନେ ଘରର ଅଗଣାରେ ଗାଈ ଓ ଗୋବରରେ ଗୋବର୍ଦ୍ଧନ ନାଥଙ୍କ ପ୍ରତିଛବି ବା ମୂର୍ତ୍ତି ତିଆରି କରି ପୂଜା କରାଯାଏ। ଏହା ପରେ ଗିରିରାଜ ଭଗବାନ(ପର୍ବତ)କୁ ପ୍ରସନ୍ନ କରିବା ପାଇଁ ଅନ୍ନକୁଟ ଭୋଗ ଲଗାଇଥାଆନ୍ତି ।

ଗୋବର୍ଦ୍ଧନ ପୂଜାର ଶୁଭ ମୁହୂର୍ତ୍ତ ସକାଳ ୯ଟା ୮ମିନିଟ୍ ରୁ ୨୯ ଅକ୍ଟୋବର ୬ଟା ୫୧ମିନିଟ୍ ପର୍ଯ୍ୟନ୍ତ।

ଗୋବର୍ଦ୍ଧନ ପୂଜାର ସଂଧ୍ୟାକାଳ ମୁହୂର୍ତ୍ତ: ଦ୍ବିପ୍ରହର ୩ଟା ୨୩ ମିନିଟ୍‌ରୁ ସଂଧ୍ୟା ୫ଟା ୩୬ ମିନିଟ୍‌ ପର୍ଯ୍ୟନ୍ତ ।

- Advertisement -

ସମ୍ପୂର୍ଣ୍ଣ ସମୟକାଳ: ୨ ଘଣ୍ଟା ୧୨ ମିନିଟ୍‌

ସକାଳ ୫ଟା ରେ ଶଯ୍ୟା ତ୍ୟାଗ କରି ତେଲ ଲଗାଇ ସ୍ନାନ କରନ୍ତୁ ।

ପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରିବା ସହ ନିଜ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ ।

ଘରର ମୁଖ୍ୟ ଦ୍ବାର ସମ୍ମୁଖରେ ଗୋବରରେ ଗାଈ ଓ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ତିଆରି କରନ୍ତୁ ।

ଭଗବାନ କୃଷ୍ଣ ମୂର୍ତ୍ତି ଅଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଧରିଥିବେ ଏବଂ ନିକଟରେ ଗାଈ ଥିବ, ଏହିପରି ତିଆରି କରନ୍ତୁ ।

ପଞ୍ଚାମୃତ ଓ ଭୋଗ ଅର୍ପଣ କରନ୍ତୁ।

ଗୋବର୍ଦ୍ଧନ ପୂଜାର କଥା ଶୁଣନ୍ତୁ।

ପ୍ରସାଦ ବିତରଣ କରି ସମସ୍ତଙ୍କ ସହ ଭୋଜନ କରନ୍ତୁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories