ଲମତାପୁଟ: ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡର ତଦନ୍ତ ପରେ ସୁନାବେଡ଼ା ଏସଡିପିଓ ସୂଚନା ଦେଇ କହିଛନ୍ତି ଯେ ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ବାମୀ। ୨ ସାଙ୍ଗଙ୍କ ସହାୟତାରେ ସ୍ତ୍ରୀକୁ ହତ୍ୟା ପରେ ନାଟକ ରଚିଥିଲା ସ୍ବାମୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ କରିଥିଲା। ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିଥିଲା।
ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ନିଜକୁ ନିର୍ଦୋଶ ସାବ୍ୟସ୍ତ କରିବାକୁ ନାଟକ ରଚିଥିଲା। ଅଭିଯୁକ୍ତ ସ୍ବାମୀକୁ ଅଟକ ପରେ ପଚରାଉଚୁରା କରିଥିଲା। ଏହାପରେ ପ୍ରକ୍ୟତ ସତ୍ୟ ସାମ୍ନାକୁ ଆସିଥିଲା। ଗତକାଲି ହଣ୍ଡାଲତୋଟା ଜଙ୍ଗଲରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ। ଆଜି ଅଭିଯୁକ୍ତ ସ୍ବାମୀ ସହ ୨ ଅଭିଯୁକ୍ତ ଗିରଫ କରାଯାଇଛି ବୋଲି ସୁନାବେଡ଼ା ଏସଡିପିଓ ପ୍ରକାଶ କରିଛନ୍ତି।



